ବାରିପଦାରେ ନିୟୁ ରାଜସ୍ଥାନ କଟନ ଫେବ ଉଦଘାଟିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗୋଟିଏ ସ୍ଥାନରେ ମିଳୁଛି ବିଭିନ୍ନ ରାଜ୍ୟର ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସାମଗ୍ରୀ | ବାରିପଦା ଛଉ ପଡିଆ ଠାରେ ନିୟୁ ରାଜସ୍ଥାନ କଟନ ଫେବ ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି |

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ସମ୍ମାନିତ ଅତିଥି ଭାବରେ ସମାଜସେବୀ ସୁଧୀର ବେହେରା, ରସିକା ନନ୍ଦ ମିଶ୍ର ଏବଂ ବିଶ୍ୱ ନାରାୟଣ ଜିତବାବୁ ପ୍ରମୁଖ ଯୋଗଦେଇ ପ୍ରଦର୍ଶନୀକୁ ଉଦଘାଟନ କରିବା ସହିତ ଗୋଟିଏ ସ୍ଥାନରେ ଭାରତର ବିଭିନ୍ନ ରାଜ୍ୟର ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସାମଗ୍ରୀ ସୁଲଭ ମୂଲ୍ୟରେ ମିଳୁଥିବାରୁ ଆୟୋଜକ ସଂସ୍ଥାକୁ ସାଧୁବାଦ ଜଣାଇଥିଲେ|

ଏହି ପ୍ରଦର୍ଶନି ରେ 18 ଟି ରାଜ୍ୟରୁ 50ଟି ଷ୍ଟଲ ଖୋଲା ଯାଇଛି. ପ୍ରଦର୍ଶନୀ ରେ ବନାରସୀ କଟନ ଶାଢ଼ୀ, ବଙ୍ଗାଳୀ ଶାଢ଼ୀ, ଲକ୍ଷ୍ନୌର ଚିକେନବର୍କ କୁର୍ତ୍ତି ଏବଂ ଶାଢ଼ୀ, କାଶ୍ମୀର ଶାଢ଼ୀ ଏବଂ ଶାଲ, ମହିଳା ମାନଙ୍କର କୁର୍ତ୍ତି, କାଶ୍ମୀର କୁର୍ତ୍ତି, ନାଇଟି, ରାଜସ୍ଥାନୀ ପ୍ରିଣ୍ଟେଡ ବେଡସିଟ ଏବଂ ବେଡ କଭର, ଉତ୍ତର ପ୍ରଦେଶର ବେଡସିଟ, ତକିଆ ଖୋଳ, ଖସଡା ବେଡସିଟ, ଶୋଫା ଓ ଟେବୁଲ କଭର, ପଞ୍ଜାବୀ କୁର୍ତ୍ତି ସହିତ କୃତ୍ରିମ ଜୁୟେଲାରୀ ଏବଂ ଆହୁରି ଅନେକ ସୌଖିନ ସାମଗ୍ରୀ ପ୍ରଦାର୍ଶନିରେ ମିଳୁଥିବାରୁ ଗ୍ରାହକ ମାନଙ୍କର ଭିଡ଼ ଲାଗିଛି | ଏହି ପ୍ରଦର୍ଶନି ଆଗାମୀ ସେପ୍ଟେମ୍ବର 8ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ପ୍ରତିଦିନ ଦିବା 11ଘଟିକାରୁ ରାତ୍ର 10 ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜଣାଯାଇଛି. ଅତିଥି ମାନେ ପ୍ରଦର୍ଶନି ବୁଲି ଦେଖିଥିବା ବେଳେ ଅନୁଷ୍ଠାନର ମେନେଜର ଅଭିଷେକ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply

Your email address will not be published.