ନରାଜ ରାସ୍ତା କାଠଯୋଡ଼ି କୂଳ ବସ୍ତି ଗୁଡିକୁ ସିଏମସି ବସ୍ତି ତାଲିକାଭୁକ୍ତ କରିବା ଦାବିରେ ବିକ୍ଷୋଭ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନରାଜ ରାସ୍ତା ପାର୍ଶ୍ୱ କାଠଯୋଡ଼ି କୂଳରେ ଦିର୍ଘ ବର୍ଷ ଧରି ବସ୍ତି ରହିଆସିଛି। ଏହି ବସ୍ତି ଗୁଡିକରେ ହଜାରରୁ ଉର୍ଦ୍ଧ ଲୋକ ବାସ କରନ୍ତି। ଅଧିକାଂଶ ଆଦିବାସୀ ସମ୍ପ୍ରଦାୟର ପରିବାର ବାସ କରନ୍ତି। ଏଠାର ସମୁଦାୟ ଲୋକ ମୂଲମଜୁରୀ କରି ପରିବାର ପ୍ରତିପୋଷଣ କରିଥାନ୍ତି। ବର୍ଷ ବର୍ଷ ଧରି ପଲିଥିନ ପଲା କରି ରହିଆସୁଛନ୍ତି। ଦୁଇ ଦଶନ୍ଧିରୁ ଉର୍ଦ୍ଧ କାଳ ବସହରା ପରିବାର ଗୁଡିକ କେବଳ ପରିବାର ପୋଷିବାକୁ ବସ୍ତି କରି ଆଶ୍ରୟ ନେଇଛନ୍ତି। କଟକ ମହାନଗର ନିଗମରେ ଅଧିକାଶଂ ବସ୍ତି ତାଲିକା ଅର୍ନ୍ତଭୁକ୍ତ ହୋଇଥିଲେ ମଧ୍ଯ ଆହୁରି ବହୁ ପୁରୁଣା ବସ୍ତି ଆଜିପର୍ୟ୍ଯନ୍ତ ନିଗମରେ ତାଲିକାଭୁକ୍ତ ହୋଇନାହିଁ।

ତାଲିକାଭୁକ୍ତ ହୋଇନଥିବା ବସ୍ତି ଗୁଡିକୁ ତାଲିକାଭୁକ୍ତ କରିବା,ବିଶେଷ କରି ବାଇଗଣ ବସ୍ତି,ଗାଙ୍ଗୁଲି ବସ୍ତି, ଗଗନ ବସ୍ତି, ପ୍ରେମ୍ ନଗର ମୁଣ୍ଡା ବସ୍ତି,ରଘୁନାଥ ମୁର୍ମୁ ବସ୍ତି ଓ ଅନ୍ଯାନ୍ଯ ବସ୍ତି ଗୁଡିକୁ ତାଲିକାଭୁକ୍ତ କରିବା, ମହାନଗର ନିଗମ ଆଇନ ଅନୁଯାୟୀ ଜାଗା ମିଶନ କାର୍ଯ୍ୟକ୍ରମରେ ସାମିଲ କରି ସ୍ଥାୟୀ ଥଇଥାନ କରିବା ଓ ବସ୍ତି ବାସିନ୍ଦାଙ୍କୁ ପଟା ଦେଇ ଆବାସ ଯୋଜନାରେ ବାସଗୃହ ଯୋଗାଇଦେବା ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ କଟକ ମହାନଗର ନିଗମ ଅଫିସ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଛି।

ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ଆବାହକ ଖଗେଶ୍ୱର ସେଠୀଙ୍କ ବିକ୍ଷୋଭରେ ଅଧ୍ୟକ୍ଷତା କରଥିଲେ। ଏସ୍ ୟୁ ସି ଆଇ (ସି) ରାଜ୍ୟ କମିଟି ନେତା ବିଶ୍ୱାବସୁ ଦାସ, ଶ୍ରମିକ ନେତା ରାଜକିଶୋର ମଲ୍ଲିକ, ବସ୍ତି ନେତା ଦିପକ୍ ଦାସ, ସ୍ୱାଧିନୀ ବେହେରା, ସିପ୍ରା ମହାନ୍ତି, ବାପି ମୁର୍ମୁ,ରାଜୁ ହେମ୍ବ୍ରମ ପ୍ରମୁଖ ବିକ୍ଷୋଭ ସ୍ଥଳରେ ବକ୍ତବ୍ଯ ରଖିଥିଲେ।

Leave A Reply

Your email address will not be published.