ବେଆଇନ୍ ଉଛେଦ ଵନ୍ଦ ନକଲେ ୧୨ଜାନୁଆରୀ ଉଠା ଦୋକାନୀ ଘେରିଵେ ଵାଲେଶ୍ଵର ପୌର କାର୍ଯ୍ଯାଳୟ: ପଥ ଵିକ୍ରେତା ସଂଘ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଵାଲେଶ୍ଵର ଜିଲ୍ଲା ସଦରମହକୁମା ସହରରେ ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କୁ ଶସ୍ତା ଦାମରେ ସମସ୍ତ ସାମଗ୍ରୀ ଯୋଗାଣର ସେଵା ଯୋଗାଉଥିଵା ପଥଵିକ୍ରତାଙ୍କୁ ଜିଲ୍ଲା ପ୍ରଶାସନ ମଧ୍ଯଯୁଗୀୟ ମାନସିକତା ନେଇ କେନ୍ଦ୍ରୀୟ ଆଇନ “ପଥ ଵିକ୍ରେତା ଜୀଵିକା ସୁରକ୍ଷା ଓ ପଥ ଵିକ୍ରୟ ଵିନିୟମ ଆଇନ-୨୦୧୪”ର ନଗ୍ନ ଅଵମାନନା କରି ଗତ ଡିସେମ୍ଵରରେ ଓଟି ରୋଡ ରୁ ଶହ ଶହ, ନୂଆ ଵର୍ଷ ପୁର୍ଵରୁ କଲେଜ ରୋଡରୁ ଶତାଧିକ, ଏଵେ ଵିଵେକାନନ୍ଦ ମାର୍ଗରୁ ଶହ ଶହ ଉଠା ଦୋକାନୀଙ୍କୁ ଉଛେଦ କରି ଵାଲେଶ୍ଵର ସହରର ହଜାର ହଜାର ଆତ୍ମ ନିର୍ଭରଶୀଳ ସାମଗ୍ରୀ ଯୋଗାଣକାରୀ ସେଵକଙ୍କ ଜୀଵିକା ଵିପନ୍ନ କଲେଣି।

ଉଠା ଦୋକାନୀ ଵା ପଥ ଵିକ୍ରେତା କେଉଁଠି ତାଙ୍କ ଜୀଵିକା ଅର୍ଜନ ପାଇଁ ଦୋକାନ କରିଵେ ଵା କେଉଁଠି ଉଠା ଦୋକାନ ନକରିଵେ, ତା’ର ଚୁଡାନ୍ତ ନିଷ୍ପତ୍ତି ଦାୟିତ୍ବ ଟାଉନ ଭେଣ୍ଡିଙ୍ଗ୍ କମିଟି ଉପରେ ନ୍ଯସ୍ତ ହୋଇଥିଵା ଵେଳେ ନିଜେ ଟାଉନ୍ ଭେଣ୍ଡିଙ୍ଗ୍ କମିଟିର ଅଧ୍ଯକ୍ଷ ତଥା ଵାଲେଶ୍ଵର ପୌର କାର୍ଯ ନିର୍ଵାହୀ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଧ୍ଵଂସ ଲିଳା ଚଳାଇ ଚାଲିଛନ୍ତି। ଏଣୁ ଆଜି ଵାଲେଶ୍ଵର ପଥ ଵିକ୍ରେତା ସଂଘର ଏକ ଜରୁରୀ ଵୈଠକ ଆଵିଦ ଖାନ୍ ଙ୍କ ଅଧ୍ଯକ୍ଷତାରେ ଏହି ଵେଆଇନ୍ ଉଛେଦକୁ ନିନ୍ଦା କରାଯାଇଛି।ଵାଲେଶ୍ଵର ଟାଉନ ସମ୍ପାଦକ ମୋହିନୀ ମୋହନ ପରିଡା ଏକ ପ୍ରସ୍ତାଵ ଆଗତ କରି ଅଵିଳମ୍ଵେ ଟାଉନ ଭେଣ୍ଡିଙ୍ଗ୍ କମିଟି ଵୈଠକ ଡକାଇ ଭେଣ୍ଡିଙ୍ଗ୍ ଜୋନ୍, ରେଷ୍ଟ୍ରିକ୍ଟେଡ୍ ଭେଣ୍ଡିଙ୍ଗ୍ ଜୋନ୍ ଓ ନୋ ଭେଣ୍ଡିଙ୍ଗ୍ ଜୋନ୍ ସମ୍ପର୍କରେ ଆଲୋଚନା ପୁର୍ଵରୁ ସମସ୍ତ ଉଛେଦ ପ୍ରକ୍ରିୟା ଵନ୍ଦ କରନ୍ତୁ।

ନଚେତ ୧୨ଜାନୁଆରୀ ପୁର୍ଵାହ୍ନରେ ସମଗ୍ର ସହରର ପଥଵିକ୍ରେତା ଵାଲେଶ୍ଵ ପୌର କାର୍ଯ୍ଯାଳୟ ଘେରିଵେ ଵୋଲି ପ୍ରସ୍ତାଵ ଦେଇଥିଲେ।ଏହା ସର୍ଵ ସମ୍ମତିକ୍ରମେ ଗୃହିତ ହୋଇଥିଲା।୧୨ଜାନୁଆରୀ ସକାଳ ୭ଟାରୁ ସହରର ସମ୍ତ ଉଠା ଦୋକାନ ଵନ୍ଦ ରଖି ଉକ୍ତ ଦିନ ସକାଳ ଠିକ ୯ଟାରେ ଗାନ୍ଧୀ ସ୍ମୃତି ଭଵନ ଠାରୁ ଶୋଭାଯାତ୍ରା ଵାହାରି ପୌର କାର୍ଯ୍ଯାଳୟ ଘେରାଉ ହେଵ ଵୋଲି ଵାଲେଶ୍ଵର ପଥ ଵିକ୍ରେତା ସଂଘ ପକ୍ଷରୁ ଚେତାଵନୀ ଦିଆଯାଇଛ।

Leave A Reply

Your email address will not be published.