ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ସିଂହଙ୍କୁ ହତ୍ୟା ଧମକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ସିଂହଙ୍କୁ ହତ୍ୟା ଧମକ। ଖାଲିସ୍ତାନ ସମର୍ଥକ ତଥା ସିଖ୍‌ ଫର୍‌ ଜଷ୍ଟିସର ଆତଙ୍କବାଦୀ ଗୁରୁପାତବନ୍ତ ସିଂହ ପନ୍ନୁ ଏହି ହତ୍ୟା ଧମକ ଦେଇଛି। ଆସନ୍ତା ଜାନୁଆରୀ ୨୬ ତଥା ଗଣତନ୍ତ୍ର ଦିବସ ଅବସରରେ ଭାଗଓ୍ୱନ୍ତ ମାନଙ୍କ ଉପରେ ଆକ୍ରମଣ କରିବାକୁ ପନ୍ନୁ ଗ୍ୟାଙ୍ଗଷ୍ଟରମାନଙ୍କୁ ଏକାଠି ହେବାକୁ କହିଛି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ହତ୍ୟା ଧମକ ମିଳିଛି । ଖଲିସ୍ତାନ ସମର୍ଥକ ତଥା ଶିଖ ଫର ଜଷ୍ଟିସର ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂହ ପନ୍ନୁ ଭଗବନ୍ତ ମାନଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛି । ଜାନୁଆରୀ 26 ଅର୍ଥାତ ଗଣତନ୍ତ୍ର ଦିବସ ଅବସରରେ ଏହି ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିବା ନେଇ ଖୋଲା ଧମକ ଦେଇଛି ପନ୍ନୁ । ଭାରତ ସରକାର ପନ୍ନୁକୁ ଆତଙ୍କବାଦୀ ଘୋଷଣା କରି ସାରିଛନ୍ତି । ପନ୍ନୁ ବର୍ତ୍ତମାନ ଆମେରିକାରେ ଥିବା କୁହାଯାଉଛି ।

ପ୍ରକୃତରେ ପଞ୍ଜାବରେ ଗ୍ୟାଙ୍ଗଷ୍ଟର୍‌ଙ୍କ ବିରୋଧରେ ଜିରୋ ଟଲରେନ୍ସି ନୀତି ଆପଣାଇଛନ୍ତି ସରକାର। ରାଜ୍ୟରେ ଗ୍ୟାଙ୍ଗଷ୍ଟରମାନଙ୍କ ଉପରେ କଡ଼ା କଟକଣା ଜାରି କରାଯାଇଛି। ଏହାରି ଭିତରେ ଆତଙ୍କବାଦୀ ପନ୍ନୁ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ହେଉଥିବା କଠୋର କାର୍ଯ୍ୟାନୁଷ୍ଠାନର ସୁଯୋଗ ନେବାକୁ ଚାହୁଁଛି। ସେମାନଙ୍କ ପ୍ରତି ସମବେଦନା ଜଣାଇଛି। ସେଥିପାଇଁ ସେ ଗ୍ୟାଙ୍ଗଷ୍ଟରମାନଙ୍କୁ ତା’ ସହ ସାମିଲ ହେବାକୁ କହିଛି।

ଏହାପୂର୍ବରୁ ପନ୍ନୁ ଏକ ଭିଡିଓ ଜାରି କରି ହମାସ ଭରି ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲା। ସେ କହିଥିଲା, ପଞ୍ଜାବରୁ ପାଲେଷ୍ଟାଇନ୍‌ ଯାଏଁ ବେଇଆନ୍‌ ଦଖଲରେ ଥିବା ଲୋକମାନେ ଏହାର ପ୍ରତିକ୍ରିୟା ଦେବେ। ହିଂସାରୁ ହିଂସା ସୃଷ୍ଟି ହୁଏ। ଯଦି ଭାରତ ପଞ୍ଜାବ ଉପରେ ଦଖଲ ଜାରି ରଖେ ତେବେ ସେଠାରେ ଉତ୍ତେଜନା ପ୍ରକାଶ ପାଇବ ଏବଂ ଏଥିପାଇଁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟୀ ହେବେ ବୋଲି ସେ କହିଥିଲା।

Leave A Reply

Your email address will not be published.