୧୯୯୯ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଘଷିପୁରା ବ୍ଲକ ଅନ୍ତର୍ଗତ ପୁରୁଣାବାନ୍ଧଗୋଡା ସ୍ଥିତ ବଳରାମ ଧିର ଉଚ୍ଚ ବିଦ୍ୟାଳୟର ୧୯୯୯ ବ୍ୟାଚ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ ଏକ ସାଧାରଣ ସଭାରେ ପୁରାତନ ଛାତ୍ର ତାରିଣୀ ପ୍ରସାଦ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଅବସରପ୍ରାପ୍ତ ଶିକ୍ଷକ ବଳରାମ ଦାସ, ଇଶ୍ୱର ଚନ୍ଦ୍ର ବେହେରା, ବୈଷ୍ଣବ ଚରଣ ସେନାପତି, ବଳଭଦ୍ର ବେହେରା ଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଛାତ୍ର ଙ୍କ ମଧ୍ୟରେ ସ୍ନେହ ଭାବର ଆଦାନ ପ୍ରଦାନ ର ମାଧ୍ୟମ ହେଉଛି ଏ ବନ୍ଧୁ ମିଳନ। ସ୍କୁଲ ର ଶିକ୍ଷକ ମାନଙ୍କର ଗୁଣଗାନ କରିବା ସହିତ ସେମାନଙ୍କର ଭଲପାଇବା ଶିକ୍ଷା ଓ ଆଦର୍ଶ କୁ ମନେପକାଇ ଥିଲେ।

ନିଜ ନିଜ କର୍ମ କ୍ଷେତ୍ରରେ ବ୍ୟସ୍ତ ରହି ଏଭଳି ବନ୍ଧୁ ମିଳନ ରେ ରେ ଯୋଗଦାନ କରି ଶିକ୍ଷକ ଙ୍କ ଶିକ୍ଷାଦାନ ସ୍କୁଲ ସ୍ମୃତି ସହ ନିଜ ବନ୍ଧୁ ମାନଙ୍କ ଭିତରେ ସଂପର୍କ ଆହୁରି ସୁଦୃଢ ହୋଇପାରିବ ବୋଲି ସମସ୍ତ ଛାତ୍ରଛାତ୍ରୀ ମତ ରଖିଥିଲେ। ଶେଷରେ ସମସ୍ତ ପୂରାତନ ଛାତ୍ରଛାତ୍ରୀ ମାନେ ବନ୍ଧୁ ମିଳନ ସହିତ ନିଜ ନିଜ ମଧ୍ୟରେ ସ୍କୁଲ ଜିବନ ସ୍ମୃତି ଆଦାନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ  ସଂଜିବ ସେଠୀ,ସତ୍ୟବ୍ରତ ପଟ୍ଟନାୟକ,ଚଗଲା ସା, ସଂଜିତ ଦାସ,ଲିପକ ବେହେରା, ମନୋରଞ୍ଜନ ବିଶୋଇ, ପଙ୍କଜ ବେହେରା, କୀର୍ତ୍ତିମାଳା ନାୟକ, କୁନି ରଣା, କବିତା ଚକ୍ର,ମିତା ନାୟକ ସହ ସମସ୍ତ ଛାତ୍ରଛାତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ଛାତ୍ରୀ କବିତା ଚକ୍ର
ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.