ସାଳଦେଇ ପଞ୍ଚାୟତ ରେ ପରିବର୍ତ୍ତନ ଯାତ୍ରା ର ଶୁଭାରମ୍ଭ ଯୋଗ ଦେଲେ ଲେଖାଶ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସାଳଦେଇ ପଞ୍ଚାୟତ ରେ ପରିବର୍ତ୍ତନ ଯାତ୍ରା ର ଶୁଭାରମ୍ଭ ଯୋଗ ଦେଲେ ଲେଖାଶ୍ରୀ | ସଫା କଲେ ଶଙ୍କେଇଶୁଣି ମନ୍ଦିର ପରିସର | ଘସିପୁରା ବ୍ଲକ ଅନ୍ତର୍ଗତ ସାଳଦେଇ ପଞ୍ଚାୟତ ରେ ପରିବର୍ତ୍ତନ ରଥ କୁ ଦଳୀୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ରାଜ୍ୟ ବିଜେପି ଉପସଭା ନେତ୍ରୀ ଡକ୍ଟର ଲେଖାଶ୍ରୀ ସାମନୁସିଂହାର ଓ ସ୍ଥାନୀୟ ସମାଜସେବୀ ଭାସ୍କର ବୋଇତେଇ ।

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସାଳଦେଇ ପଞ୍ଚାୟତର ମା ଶଙ୍କେଇଶୁଣୀ ଙ୍କ ପୂଜାର୍ଚ୍ଚନା କରିବା ପରେ ଦେଶ ର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ଅଯୋଧ୍ୟା ମନ୍ଦିର ରେ ପ୍ରଭୁ ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଭାରତ ବର୍ଷର ସବୁ ମନ୍ଦିର ପରିସର ସଫା କରିବା ଅଭିଯାନରେ ଶଙ୍କେଇଶୁଣୀ ମନ୍ଦିର ପରିସର କୁ ସଫେଇ ଓ ପରିଷ୍କାର କରିଥିଲେ, ପରେ ଉପସ୍ଥିତ ଜନସାଧାରଣ ମାନଙ୍କୁ ନରେନ୍ଦ୍ର ମୋଦୀ ଙ୍କ ର ଜନ କଲ୍ୟାଣ ଯୋଜନା ଯୋଗୁ ଭାରତ ବର୍ଷ ରେ କିଭଳି ଭାବେ ବିକାଶ ହୋଇଛି ଏବଂ ଦେଶର ସମ୍ମାନ ଆଜି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ତାହା ଉଲ୍ଲେଖ କରିଥିଲେ ।

ଘଷିପୁରା ରେ ଗୁଣ୍ଡାରାଜ୍, ଦୁର୍ନୀତି ଏବଂ ପରିବାରବାଦ ଶାସନ ହଟାଇବା ସହ ଶାସକ ଦଳ ର ୨୫ ବର୍ଷ ଶାସନ ରେ ଅନ୍ୟାୟ ଅତ୍ୟାଚାର ଶୋଷଣ ବଢ଼ି ଚାଲୁଛି ତାହା ଉପରେ ଆଲୋକପାତ କରିଥିଲେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ୱୀରାଜ କୁଅଁର । କେନ୍ଦୁଝର ଜିଲ୍ଲା ଏକ ଖଣି ସମ୍ପଦ ଭରା ଜିଲ୍ଲା ହୋଇଥିଲେ ସୁଦ୍ଧା ଏକ ଛୁଞ୍ଚି କାରଖାନା ଟିଏ ପ୍ରତିଷ୍ଠା ନ ହେବା ଏବଂ ଘସିପୁରା ଅଞ୍ଚଳର ଯୁବକ ମାନେ ଆଜି ବାହାରକୁ ନିଜ ଜୀବିକା ନିର୍ବାହ ପାଇଁ ଯିବା ଏକ ଦୁଃଖଦାୟକ କଥା ବୋଲି ପ୍ରକାଶ କରିଥିଲେ । ଏହି ଭଳି ପରିବର୍ତ୍ତନ ଯାତ୍ରା ଘଷିପୁରା ନିର୍ବାଚନ ମଣ୍ଡଳୀ ର ସମସ୍ତ ପଞ୍ଚାୟତରେ ଅନୁଷ୍ଠିତ ହେବ ବୋଲି ସେ କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ମୋର୍ଚ୍ଚା ର ସଭାନେତ୍ରୀ ମମତା ସିଂ, ଜିଲ୍ଲା ସମ୍ପାଦକ ଦୀପକ ଜେନା, ରାମଚନ୍ଦ୍ରପୁର ମଣ୍ଡଳ ସଭାପତି ତିର୍ଥବାସୀ ଜେନା, ଦେଓଗାଁ ମଣ୍ଡଳ ସଭାପତି ରଞ୍ଜନ କୁମାର ପାତ୍ର, ସାଧାରଣ ସମ୍ପାଦକ କୁଳମଣି ଜେନା, ଯୁବନେତା ଆକାଶ ସାହୁ ଅତିଥି ଭାବରେ ଯୋଗଦେଇ ଥିଲେ । ସନ୍ତୋଷ କୁମାର ସାହୁ, ଅଭୟ ଜେନା, ବରିଷ୍ଠ ନେତା ନନ୍ଦକିଶୋର ଜେନା, ବିଦ୍ୟାଧର ଜେନା, ଦୀପକ କୁମାର ଦଳେଇ, ପ୍ରଦୀପ ଖୁଣ୍ଟିଆ, କଳାକାର ଦଳେଇ, ବାବନ୍ ଜେନା, ନକୁଳ ସାହୁ, ମଞ୍ଜୁଲତା ଜେନା, ସଂଯୁକ୍ତା ଜେନା, ପୁଷ୍ପଲତା ଜେନା, ଚାନ୍ଦମଣି ଜେନା, ବିରଞ୍ଚି ନାରାୟଣ ଜେନା ଆଦି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.