ଇଡିକୁ ଡାକିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଇଡିକୁ ଡାକିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ | ‘ବୟାନ ନେବାର ଅଛି ତ, ଘରକୁ ଆସ’ ଏପରି କହିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ | ଜମିଜମା ଦୁର୍ନୀତିରେ ଛନ୍ଦି ହୋଇଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି)କୁ ନିମନ୍ତ୍ରଣ ଦେଇଛନ୍ତି। ବହୁଦିନ ହେଲା ତାଙ୍କର ବୟାନ ରେକର୍ଡ କରିବାକୁ ତାରିଖ ଦେଉଥିବା ଇଡିକୁ ଶ୍ରୀ ସୋରେନ୍‍ ୨୦ ତାରିଖ ଦିନ ନିଜ ସରକାରୀ ବାସଭବନକୁ ଡାକିଛନ୍ତି। ଇଡି ପକ୍ଷରୁ ଜାରି ହୋଇଥିବା ଚିଠିର ଉତ୍ତରରେ ଶ୍ରୀ ସୋରେନ୍‍ ଏହା ଲିଖିତ ଆକାରରେ ଜଣାଇଥିବା ସମ୍ବାଦ ସରବରାହ ସଂସ୍ଥା ଏଏନ୍‍ଆଇ କହିଛି।

ଶନିବାରଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଶ୍ରୀ ସୋରେନ୍‍ଙ୍କୁ ଜମି ଦୁର୍ନୀତି ମାମଲାରେ ପକ୍ଷ ରଖିବାକୁ ଚିଠି ଲେଖାଯାଇଥିଲା। ଏହା ଇଡିର ଅଷ୍ଟମ ଚିଠି ଥିଲା। ଏଥିଲାଗି ୧୬ରୁ ୨୦ ତାରିଖକୁ ସ୍ଥିର କରାଯାଇଥିଲା। ଏହି ଚିଠିର ଉତ୍ତର ଦେବାକୁ ଯାଇ ଶ୍ରୀ ସୋରେନ୍‍ ୨୦ ତାରିଖକୁ ସ୍ଥିର କରିଛନ୍ତି। ଶ୍ରୀ ସୋରେନ୍‍ ଚିଡିରେ ଲେଖିଛନ୍ତି, ଯେ ଇଡି ଆବଶ୍ୟକତା ଅନୁସାରେ ସମସ୍ତ ନଥିପତ୍ର କାର୍ଯ୍ୟାଳୟକୁ ପ୍ରଦାନ କରାଯାଇଛି। ଏହାକୁ ଉଲ୍ଲେଖ କରି ସବୁ ପ୍ରଶ୍ନର ଉତ୍ତର ମିଳିପାରିବ।

ପ୍ରଥମଥର ପାଇଁ ଅଗଷ୍ଟ ୨୦୨୩ରେ ଶ୍ରୀ ସୋରେନ୍‍ଙ୍କୁ ଇଡି ସମନ କରିଥିଲା। ଏହାକୁ ପ୍ରତ୍ୟାଖ୍ୟାନ କରାଯିବା ପରେ ଇଡି ଅଗେ୍ଟ ୨୪, ସେପ୍ଟମ୍ବର ୯ ତାରିଖରେ ସମଲ କରିଥିଲା। କିନ୍ତୁ ଏହି ତାରିଖରେ ସେ ବ୍ୟସ୍ତ ଥିବା ଦର୍ଶାଇ ଜେରା ପାଇଁ ହାଜର ହୋଇ ନଥିଲେ। ଏହାପରେ ପୁଣିଥରେ ସେମ୍ପଟର ୨୩ ତାରିଖରେ ଚତୁର୍ଥ ଥର ପାଇଁ ସମନ ଜାରି ହୋଇଥିଲା।ତା ପରଠୁ ଏହି ସମନ୍‍କ ବେଆଇନ ବୋଲି ଶ୍ରୀ ସୋରେନ୍‍ ଅଭିହିତ କରିଥିଲେ।

Leave A Reply

Your email address will not be published.