ନିଜେ ବୋଟ୍ ନେଇ ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପଞ୍ଜାବରେ ଭୀଷଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ପ୍ରଭାବରେ ହନ୍ତସନ୍ତ ହେଉଛନ୍ତି ପଞ୍ଜାମବାସୀ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍ ନିଜେ ବୋଟ୍ ନେଇ ଯାଇ ହୋସିଆରପୁରରେ ପହଞ୍ଚିଥିଲେ । ସେଠିକାର ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରିଥିଲେ ।

ମୁଖ୍ୟମନ୍ତ୍ରୀ ମାନ ବନ୍ୟା ପରିସ୍ଥିତି ସର୍ବେକ୍ଷଣ କରୁଥିବା ବେଳେ ଗୋଟାଏ ଅଧା-ବୁଡ଼ା ବାସଭବନର ଛାତ ଉପରେ ଉକ୍ତ ପରିବାରର ସଦସ୍ୟମାନେ ବସିଥିବା ଦେଖିଥିଲେ। ସରକାରୀ ଅଧିକାରୀମାନେ କହିଛନ୍ତି, ରବର ବୋଟରେ ବସି ବନ୍ୟାଞ୍ଚଳ ସର୍ବେକ୍ଷଣ କରୁଥିବା ମୁଖ୍ୟମନ୍ତ୍ରୀ ମାନ୍‌ ସେଆଡ଼କୁ ବୋଟ୍‌ ନେଇଯିବାକୁ ଉଦ୍ଧାରକାରୀମାନ‌ଙ୍କୁ ନିର୍ଦେଶ ଦେଲେ। ତା’ପରେ ଛାତ ଉପରୁ ସେ ପରିବାରର ସଦସ୍ୟମାନଙ୍କୁ ଓହ୍ଲାଇ ଆଣି ନିଜେ ବସିଥିବା ବୋଟ୍‌ରେ ବସାଇଲେ। ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

 

Leave A Reply

Your email address will not be published.