ଦମ ଦେଖାଇଲେ ସ୍ବାଧୀନ ପ୍ରାର୍ଥି ଝାନ୍ସୀ ରାଣୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦମ ଦେଖାଇଲେ ସ୍ବାଧୀନ ପ୍ରାର୍ଥି ଝାନ୍ସୀ ରାଣୀ | ବିଜେପିରୁ ଟିକେଟ ନମିଳିବା ପରେ ସ୍ୱାଧୀନରେ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରି ଶକ୍ତି ପ୍ରଦର୍ଶନ କଲେ ଝାନ୍ସୀ। ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ରେ କିଛି ଦିନ ତଳୁ ନିଜର ଦୃଢ଼ ସଂଗଠନ କରି ପରୈ ବିଜେପି ଦଳରେ ଯୋଗ ଦେଇଥିଲେ |

ହେଲେ ଦଳିୟ ଟିକେଟ ଆଶାୟୀ ଥିବା ଝାନ୍ସୀ ଦଳୀୟ ଟିକେଟ ନପାଇବାରୁ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବାକୁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବା ସହିତ ହଜାର ହଜାର ସମର୍ଥକ ଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି।

ଆନନ୍ଦପୁର ଦଧିବାମନ ଜୀଉ ଙ୍କ ମନ୍ଦିର ରୁ ପୂଜାର୍ଚନା କରି ଏହି ରାଲି ହାଟଡିହି ପର୍ଯ୍ୟନ୍ତ ଯାଇଥିବା ଦେଖିବାକୁ ମିଳିଛି। ତେବେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ରୁ ଝାନ୍ସୀ ବିଜୟ ହେବେ ବୋଲି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.