ଏସବିଆଇ କିଓସ୍କ ବ୍ଯାଙ୍କରେ ଲକ୍ଷାଧିକ ଟଙ୍କାର ଘୋଟାଲାକୁ ନେଇ ଘେରିଲେ ଗ୍ରାମବାସୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଝାଡପିମ୍ପଳ ଗ୍ରାମର ଏସବିଆଇ କିଓସ୍କ ବ୍ଯାଙ୍କରେ ଲକ୍ଷାଧିକ ଟଙ୍କାର ଘୋଟାଲାକୁ ନେଇ ଘେରିଲେ ଗ୍ରାମବାସୀ। ସୂଚନା ଅନୁସାରେ ଝାଡପିମ୍ପଳ ଗ୍ରାମ ରେ ଏସବିଆଇ ର ଗ୍ରାହକ ସେବା କେନ୍ଦ୍ର ୨୦୨୨ ମସିହାରୁ ବିକ୍ରମ କେଶରୀ ଦେଙ୍କ ନାମରେ ଚନ୍ଦ୍ର ଶେଖର ରାଉଳ ଙ୍କ ତତ୍ବାବଧାନରେ ପରିଚାଳିତ ହୋଇ ଆସୁଥିଲା।

ଲୋକ ମାନେ ବ୍ଯାଙ୍କ ରେ ଟଙ୍କା ଡିପୋଜିଟ କରୁଥିଲେ। ହେଲେ ସେମାନଙ୍କୁ ଅଲଗା ରସିଦ ଦିଆଯାଉଥିଲା। ହେଲେ ଆଜି ସକାଳ ଦଶଟା ସମୟରେ ବ୍ଯାଙ୍କ ଖୋଲିବା ପରେ ଗ୍ରାମ ର ସୁଦାମ ମୁଖି ନିଜର ଝିଅ ବାହାଘର ପାଇଁ ଟଙ୍କା ଉଠାଇବାକୁ ଆସିଥିବା ବେଳେ, ବ୍ଯାଙ୍କ କତୃପକ୍ଷ ଟଙ୍କା ଦେଇ ହେବ ନାହିଁ ଏକବର୍ଷ ପରେ ମିଳିବ କହିବା ପରେ, ଉତେଜନା ସୃଷ୍ଟି ହୋଇଥିଲା।

ଏନେଇ ସୁଦାମ ଗ୍ରାମ ର କିଛି ଶିଖିତ ବ୍ୟକ୍ତି ଙ୍କୁ ଘଟଣା ସମ୍ପର୍କରେ କହିବା ପରେ ଶତାଧିକ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଘଟଣା ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲେ ମଧ୍ୟ ମାଲିକ କୈ।ଣସି ସୂଚନା ଦେଇନଥିଲେ। ଏହାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ, ଗ୍ରାମବାସୀ ଙ୍କ ଦ୍ଵାରା ବ୍ଯାଙ୍କ ଶାଖା ର ମାଲିକ ଙ୍କ ସ୍ତ୍ରୀ ସହ ଦୁଇ ଜଣ କର୍ମଚାରୀ ଅଟକ ରହିଥିଲେ ତେବେ ରାତିରେ ଜଳେଶ୍ଵର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ଥିବା ମହିଳା ଏବଂ ଦୁଇ ଯୁବକ ଙ୍କୁ ଥାନା କୁ ଆଣିଥିବା ଜଣାପଡିଛି।

Leave A Reply

Your email address will not be published.