ଆରିଆ ପ୍ଲାଣ୍ଟ ଅଫିସରେ ଅଗ୍ନିକାଣ୍ଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆରିଆ ପ୍ଲାଣ୍ଟ ଅଫିସରେ ଅଗ୍ନିକାଣ୍ଡ| ମାଟକାମବେଡା ସ୍ଥିତ ଆରିଆ ପ୍ଲାଣ୍ଟର ଅଫିସରେ ଅଗ୍ନିକାଣ୍ଡ ଘଟି ଆସବାବ ସହ କାଗଜପତ୍ର ନଷ୍ଟ | ଅଗ୍ନିଶମ ବାହିନୀ ଦ୍ଵାରା ହେଲା ଆୟତ୍ତ |

ଆଜି ପ୍ରାୟ ମଧ୍ୟାହ୍ନ ସମୟରେ କେନ୍ଦୁଝର ଜିଲ୍ଲା, ବଡ଼ବିଲ ପୌରାଞ୍ଚଳ ତଥା ବଲାଣି ଥାନା ଅନ୍ତର୍ଗତ ମାଟକାମବେଡା ଶିଳ୍ପାଞ୍ଚଳରେ ଥିବା ଆରିଆ ପ୍ଲାଣ୍ଟର ଅଫିସରେ ଅଗ୍ନିକାଣ୍ଡ ଘଟି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ଅନ୍ୟ ଆସବାବପତ୍ର ଜଳି ଯାଇଥିବା ଜଣା ପଡ଼ିଛି।

କୌଣସି କାରଣ ବସତ ଅଗ୍ନିକାଣ୍ଡ ଘଟି ନିଆଁ ଅଫିସ ସାରା ବ୍ୟାପି ଯାଇଥିବା ବେଳେ ସୂଚନା ପାଇଁ ବଡବିଲ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଘଣ୍ଟାଧିକ କାଳ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳି ପାରି ନ ଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଏହା ହୋଇ ଥାଇପାରେ ବୋଲି ଆଶଙ୍କା କରାଯାଉଛି।

Leave A Reply

Your email address will not be published.