ନେସ୍କୋ ପାଓ୍ବାର ଏମ୍ପ୍ଲୋଇଜ୍ ସଙ୍ଘ ତରଫରୁ ବିଶ୍ବ, ଶ୍ରମିକ ଦିବସ ପାଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନେସ୍କୋ ପାଓ୍ବାର ଏମ୍ପ୍ଲୋଇଜ୍ ୟୁନିୟନ ତରଫରୁ ସ୍ଥାନୀୟ ରୋଟାରୀ କ୍ଲବ୍ ପରିସରରେ ଆନ୍ତର୍ଜାତିୟ ଶ୍ରମିକ ଦିବସ ବିଦ୍ଯୁତ୍ କର୍ମଚାରୀ ମାନଙ୍କ ଉପସ୍ଥିତିରେ ପାଳନ କରାଯାଇଛି।ଆମେରିକାର ଚିକାଗୋ ସହରରେ ୧ ମେ ୧୮୮୬ ମସିହାରେ ହୋଇଥିବା ଐତିହାସିକ, ବୈପ୍ଳବିକ ଆନ୍ଦଳନରେ ସହିଦ ହୋଇଥିବା ଶ୍ରମିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ସେବେଠାରୁ ପ୍ରତିବର୍ଷ ମେ ୧ ତାରିଖକୁ ଆନ୍ତର୍ଜାତିୟ ଶ୍ରମିକ ଦିବସ ପାଳନ ହୋଇ ଆସୁଛି।

କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଠିକା ପ୍ରଥା ବା ଶୋଷଣ ପ୍ରଥାକୁ ପ୍ରାଧାନ୍ୟ ଦେଇ ପୁଞ୍ଜିପତି ମାନେ ଶ୍ରମିକ ମାନଙ୍କୁ ଶୋଷଣ କରିବା ଏକ ନୂତନ ଆନ୍ଦୋଳନ ଗଢି ତୋଳିବାର ଆହ୍ବାନ ଦେଉଛି।ବିଦ୍ଯୁତ୍ ଶ୍ରମିକ ମାନେ ମଧ୍ୟ ଶୋଷିତ ଏବଂ ନିଷ୍ପେସିତ ହୋଇ ଠିକା ପ୍ରଥାର ଶିକାର ହେଉଛନ୍ତି।ଶ୍ରମିକ ଜାତି ଉପରେ ହେଉଥିବା ଅନ୍ଯାୟ,ଅତ୍ଯାଚାର,ଶୋଷଣ ବିରୋଧରେ ଲାଲ୍ ଝଣ୍ଡା ଲାଲ୍ ସଲାମ ସ୍ଲୋଗାନରେ ଉକ୍ତ ଦିବସଟି ଶ୍ରମିକ ମାନଙ୍କର ହକ୍ ର ଲଢେ଼ଇ ର ଦିବସ ଭାବରେ ବିଶ୍ବରେ ବିଦିତ।ପ୍ରଥମେ ସଙ୍ଘର ଜିଲ୍ଲା ସଭାପତି ସୁବ୍ରମଣ୍ଯମ ମହାନ୍ତି ଏବଂ ସାଧାରଣ ସମ୍ପାଦକ ଜ୍ଯୋତିକୃଷ୍ଣ ବେହେରାଙ୍କ ସହିତ ବହୁ ବିଦ୍ଯୁତ୍ କର୍ମଚାରୀ ଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇ ପ୍ରଦୀପ ପ୍ରଜ୍ବୋଳନ କରାଯାଇ ସଭାକାର୍ଯ୍ଯ ଆରମ୍ଭ କରାଯାଇଥିଲା।

ସଙ୍ଘର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହାନ୍ତିଙ୍କ ପୌରହିତ୍ଯରେ ସଭାକାର୍ଯ୍ଯ ପରିଚାଳନା ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବେହେରା,ମୁଖ୍ୟ ବକ୍ତା ଭାବେ ସଙ୍ଘର ସହ ସାଧାରଣ ସମ୍ପାଦକ ଚନ୍ଦନ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ଉପସ୍ଥିତ ବିଦ୍ଯୁତ୍ ଶ୍ରମିକ ମାନଙ୍କୁ ଉତ୍ସାହିତ କରିଥିଲେ।ସଭାପତି ତାଙ୍କ ଭାଷଣରେ ଶ୍ରମିକ ମାନଙ୍କର ଦେଶ ପାଇଁ ଅବଦାନ ଏବଂ ସେମାନଙ୍କର ସଙ୍ଘର୍ଷର କାହାଣୀ ବିଷୟରେ ଆଲୋକପାତ କରିବା ସହିତ ବିଦ୍ଯୁତ୍ ଶ୍ରମିକ ମାନଙ୍କ ଦ୍ବାରା ୨୪ ଘଣ୍ଟା ବିଦ୍ଯୁତ୍ ସେବା ପ୍ରଦାନରେ ଶ୍ରମ ଦାନ କରାଯାଉଛି ସେ ବିଷୟରେ କହିଥିଲେ।ସଙ୍ଘର ସାଧାରଣ ସମ୍ପାଦକ ତଥା ମୁଖ୍ୟ ଅତିଥି ଉପସ୍ଥିତ ସମସ୍ତ ଶ୍ରମିକ କର୍ମଚାରୀ ମାନଙ୍କୁ ଶ୍ରମିକ ଦିବସର ଅଭିନନ୍ଦନ ଜଣାଇଥିଲେ। ବିଦ୍ଯୁତ୍ ଶ୍ରମିକ ମାନେ ବିଭିନ୍ନ ସମୟରେ ବିଦ୍ଯୁତ୍ ସରବରାହ ବିଛିନ୍ନ ସମୟରେ ନିଜ କାର୍ଯ୍ୟ କ୍ଷେତ୍ରରେ ଉପଭକ୍ତା ମାନଙ୍କର ଆକ୍ରଷର ଶିକାର ହେଉଛନ୍ତି।ତେଣୁ ତୁରନ୍ତ ସେବା ଯୋଗାଇବା ପାଇଁ ଉନ୍ନତ ମାନର ଯନ୍ତ୍ରପାତି ସହିତ ଅଧିକ ପରିମାଣର ଶ୍ରମିକ ନିୟୋଜନ ସହିତ ବିଦ୍ଯୁତ୍ ଶ୍ରମିକ ଏବଂ ସଙ୍ଘର ମୁଖ୍ୟ ଦାବି ଗୁଡିକ ତୁରନ୍ତ ସମାଧାନ କରିବା ପାଇଁ ନିଆଯିବ ବୋଲି କହିଥିଲେ।

Leave A Reply

Your email address will not be published.