୩ ମୋବାଇଲ ଲୁଟେରା ଗିରଫ ନେଇ ଥାନା ପରିସରରେ ପ୍ରେସମିଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଖୁଣ୍ଟା ପୋଲିସ ଦ୍ୱାରା ୩ ମୋବାଇଲ ଲୁଟେରା ଗିରଫ ନେଇ ଥାନା ପରିସରରେ ପ୍ରେସମିଟ ଯୋଗେ ସୂଚନା ଦେଲେ ଆଇଆଇସି ସୁଜାତା ଖମାରୀ | ଖୁଣ୍ଟା ପୋଲିସ ଏକ ମୋବାଇଲ ଲୁଟେରା ଦଳକୁ ଗିରଫ କରିବା ରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ୫ଗୋଟି ମୋବାଇଲ ସହ ଲୁଟରେ ବ୍ୟବହୃତ ଏକ ବାଇକ ଜବତ କରାଯାଇଛି। ଗିରଫ ୩ ଅଭିଯୁକ୍ତ ମାନେ ହେଲେ ଖୁଣ୍ଟା ଥାନା ଅଧିନ ପୁରୁଣା ବାରିପଦା ଅଞ୍ଚଳର ୨୫ ବର୍ଷୀୟା ସୁଶାନ୍ତ ନାୟକ, ୪୦ ବର୍ଷୀୟା ନିତ୍ୟାନନ୍ଦ ଦେହୁରୀ ଓ ସେହି ଗ୍ରାମର ୪୦ ବର୍ଷୀୟା ଏସ୍ . କେ .ରାଜୁ ବୋଲି ପୋଲିସ ପ୍ରକାଶ କରିଛି ।

ଘଟଣାରୁ ପ୍ରକାଶ ଯେ ଉଦଳା ଥାନା ଅଧିନ ପଦ୍ମପୁର ଅଞ୍ଚଳର ସଦନ କୁମାର କିସ୍କୁ ଗତ ଡ଼ିସେମ୍ବର ୨୦୨୩ ସଂଧ୍ୟା ସମୟରେ ସାଇକେଲ ଯୋଗେ ଖୁଣ୍ଟା ଥାନା ଅଧିନରେ ଥିବା ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ଆସୁଥିବା ବେଳେ ନହରା ଛକ ଠାରେ ବାଇକରେ ଥିବା ୨ଜଣ ଅପରିଚିତ ଯୁବକ ସଦନଙ୍କ ନିକଟରୁ ମୋବାଇଲ ଟିକୁ ଲୁଟି ନେଇ ଫେରାର ହୋଇଯାଇ ଥିଲେ। ଯାହାକୁ ନେଇ ଖୁଣ୍ଟା ଥାନାରେ ୩୫୧/୨୩ ରେ ଏକ ମାମଲା ରୁଜ କରାଯାଇ ଘଟଣାର ତଦନ୍ତ ଜାରି ରହିଥିଲା।

ତେବେ ଉକ୍ତ ସଂଧ୍ୟାରେ ସୁଶାନ୍ତ ଓ ନିତ୍ୟାନନ୍ଦ ତାଙ୍କର ଅନ୍ୟ ସହଯୋଗୀ ଏସ୍.କେ .ରାଜୁ ଙ୍କ ଓଡ଼ି ଠ୧ ଇ – ୦୭୫୯ ନମ୍ବର ବିଶିଷ୍ଠ ବାଇକ ଟିକୁ ଆଣି ଏହି ଲୁଟ ଭିଆଇବା ଏବଂ ଲୁଟ କରିଥିବା ମୋବାଇଲ ଟିକୁ ରାଜୁଙ୍କୁ ପ୍ରଦାନ କରିଥିବା ପୋଲିସର ତଦନ୍ତ ସମୟରେ ଅଭିଯୁକ୍ତ ମାନେ ସ୍ଵୀକାର କରିଥିବା ବେଳେ ତାଙ୍କ ନିକଟରୁ ୫ ଗୋଟି ବିଭିନ୍ନ କମ୍ପାନୀର ମୋବାଇଲ ସହ ଲୁଟରେ ବ୍ୟବହୃତ ଏକ ପ୍ଲାଟିନା ବାଇକ କୁ ଜବତ କରାଯାଇଥିବା ଖୁଣ୍ଟା ଥାନା ଆଇଆଇସି ସୁଜାତା ଖମାରୀ ଖୁଣ୍ଟା ଥାନା ପରିସରରେ ବୁଧବାର ଅପରାହ୍ନ ୧ ସମୟରେ ପ୍ରେସମିଟ ଯୋଗେ ସୂଚନା ଦେଇଛନ୍ତି । ଅପରପକ୍ଷେ ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି।

Leave A Reply

Your email address will not be published.