ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶିମିଳିପାଳ ବଞ୍ଚିଲେ ଆମେ ବଞ୍ଚିବା ବର୍ତ୍ତାନେଇ ବାରିପଦା ସହରର ବିଭିନ୍ନ ସ୍ଥାନରେ ଭଞ୍ଜସେନାର ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ | ବିଶ୍ୱ ଶ୍ରମିକ ଦିବସ ଅବସରରେ ରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ‘ଶିମିଳିପାଳ ବଞ୍ଚିଲେ ଆମେ ବଞ୍ଚିବା’ ବାର୍ତ୍ତାନେଇ ସଂଧ୍ୟା ୬.୩୦ ରୁ ୭.୩୦ ମଧ୍ୟରେ ସହରର ବିଭିନ୍ନ ସ୍ଥାନ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମୁଁ ବଞ୍ଚିବା ପାଇଁ ବୃକ୍ଷରୋପଣ କରିବି। ଦୁନିଆ ପାଇଁ ଜଙ୍ଗଲ ସୃଷ୍ଟି କରିବି। ଜଙ୍ଗଲ ଓ ଗଛକୁ ବଞ୍ଚିଥିବା ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇବି। ଗଛର ଶତ୍ରୁକୁ ମୋର ଶତ୍ରୁ ବୋଲି ଭାବିବି ଆଦି ସ୍ଳୋଗାନ ନେଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସବୁଜ ବିପ୍ଳବ ଆନ୍ଦୋଳନରେ ପରିଣତ କରାଯାଇଛି ବୋଲି ଭଞ୍ଜସେନା ପକ୍ଷରୁ ସୂଚନା ଦିଆଯାଇଛି।
ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ସଂଗଠନ ସହିତ ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ମଧ୍ୟ ସହୋଯୋଗ କରାଯାଇଛି।