ବନ୍ଧ ରାସ୍ତାରେ ଗଛ ଡାଳ ପଡି ମହିଳା ମୃତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ବହୁ ବନ୍ଧ ରାସ୍ତାରେ ଗଛ ଡାଳ ପଡି ମହିଳା ମୃତ | ମୃତ ମହିଳା ଜଣଙ୍କ ହେଲେ ପିଙ୍ଗୁ ପଂଚାୟତ ଅନ୍ତର୍ଗତ ହାଣ୍ଡି ଫୁଟା ଅଂଚଳର ଫୁଲମଣି ସୋରେନ | ଇଲେକ୍ଟ୍ରି ଡିପାର୍ଟମେଣ୍ଟ ଭୁଲ ଯୋଗୁ ସ୍ତ୍ରୀର ଜୀବନ ଯାଇଥିବା ସ୍ୱାମୀ ଅଭିଯୋଗ ଆଣି ଥାନା ଛକ ଗୋଲେଇରେ ଶବ ଥୋଇ ଧାରଣା ଦେବାପରେ ପୋଲିସ ଏବଂ ଠିକା ସଂସ୍ଥା ପହଂଚି ବୂଝା ସୁଝା କରିଥିଲା |

ପରେ କାର୍ଯ୍ୟ କରୁଥିବା ବିଭାଗୀୟ ଠିକା ସଂସ୍ଥା ଦ୍ୱାରା ମୃତ ମହିଳାଙ୍କ ପରିବାରକୁ ପ୍ରାଥମିକ ଭାବେ ଏକ ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆ ଯିବାପରେ ଧାରଣାରୁ ଉଠିଥିଲେ ପରିବାର | ସ୍ୱାମୀ ସିଧ ସୋରେନ ସ୍ତ୍ରୀ ଫୁଲମଣି ସୋରେନ ବଡ଼ ଝିଅର ଜନ୍ମ ପ୍ରମାଣ ପତ୍ର ପାଇଁ ଆସୁଥିବା ସମୟରେ ବହୁ ବନ୍ଧ ରାସ୍ତାରେ କୌଣସି ସଚେତନବାର୍ତ୍ତା ଦିଆ ନ ଯାଇ ଇଲେକ୍ଟ୍ରି ଡିପାର୍ଟମେଣ୍ଟ ଦ୍ୱାରା ଗଛ ଡାଳ କଟା ଯାଉଥିବା ବେଳେ ହଠାତ ଗଛ ଡାଳ ଉପରୁ ପଡିଥିଲା | ଗୁରୁତ୍ୱର ହୋଇପଡ଼ିଥିଲେ ବାଇକ ପଛରେ ବସିଥିବା ସ୍ତ୍ରୀ ଫୁଲମଣି ସୋରେନ | ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ସାଙ୍ଗେ ସାଙ୍ଗେ ଉଦଳା ମେଡିକାଲ ଭର୍ତ୍ତି କରାଯାଇଥିଲା ପରେ ଗୁରୁତ୍ୱର ହେବାରୁ ବାରିପଦା ମେଡିକାଲ ନିଆଯାଇଥିଲା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା |

ଅପରପଟେ ପୋଲିସ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରିରଖିଛି | ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିବ | ସେପଟେ ଇଲେକ୍ଟ୍ରି ଡିପାର୍ଟମେଣ୍ଟ ପକ୍ଷରୁ କୌଣସି ଗଛ କଟା ଯାଉନଥିଲା ବିଭାଗ କୁ ବଦନାମ କରିବାକୁ ଇଲେକ୍ଟ୍ରିବିଭାଗ ନାମରେ ଅଭିଯୋଗ ଆଣୁଛନ୍ତି ବୋଲି କହିଛନ୍ତି ଉଦଳା ନିର୍ବାହୀ ଯନ୍ତ୍ରୀ |

Leave A Reply

Your email address will not be published.