ରାୟଗଡ଼ା ସମାବେଶକୁ ଆସିବେନି ରାହୁଲ ଗାନ୍ଧି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ରାୟଗଡ଼ା ସମାବେଶକୁ ଆସିବେନି ରାହୁଲ ଗାନ୍ଧି । ରାୟବରେଲୀରୁ ଆଜି ନାମାଙ୍କନ ଦାଖଲ କରିବା ପାଇଁ କଂଗ୍ରେସ ନେତାଙ୍କ ରାୟଗଡ଼ା ଗସ୍ତ ବାତିଲ ହୋଇଥିବା କୁହାଯାଉଛି । ଏନେଇ କୋରାପୁଟ ଲୋକସଭା ସଂସଦୀୟ କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ସୂଚନା ଦେଇଛି ।

ତେବେ ରାହୁଲ ଓଡ଼ିଶ ଆସିବାକୁ ଥିବାରୁ କଂଗ୍ରେସ ଶିବିରରେ ଉତ୍ସାହ ଦେଖିବାକୁ ମିଳିଥିଲା । ମଧ୍ୟାହ୍ନ ୧୨ଟାରେ ହେଲିକେପ୍ଟର ଯୋଗେ ରାୟଗଡାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଥିଲା । ଏହା ପରେ ସ୍ଥାନୀୟ ଜିଆଇଏସିଆର୍ କଲେଜ ସମ୍ମୁଖ ପଡିଆରେ ଆୟୋଜିତ ବିରାଟ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିବେ ବୋଲି ସବୁ ପ୍ରକାର ବନ୍ଦୋବସ୍ତ ସରିଥିଲା । କିନ୍ତୁ ରହୁଲ ନଆସିବା ଖବର ପ୍ରକାଶ ପାଇବା ପରେ ଏବେ କଂଗ୍ରେସ କର୍ମୀଙ୍କ ମହଲରେ ନିରାଶା ଦେଖିବାକୁ ମିଳିଛି । ତେବେ ରାହୁଲ ଆସୁନଥିଲେ ହେଁ ଆଜି ରାୟଗଡା ଜେଏସକୋ ପଡିଆରେ କଂଗ୍ରେସର ବିଶାଳ ଜନସଭା କାର୍ଯ୍ୟକ୍ରମ ଆୟୋଜିତ ହେବ ।

ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, କଳାହାଣ୍ଡି, ଗଜପତି ସହ ଗଞ୍ଜାମ ଜିଲ୍ଲାର ଶତାଧିକ କଂଗ୍ରେସ କର୍ମୀ ଓ ନେତା ଯୋଗ ଦେବା ସହ ତେଲେଙ୍ଗନାର ଉପ-ମୁଖ୍ୟମନ୍ତ୍ରୀ ମାଲୁ ଭାଟି ବିକ୍ରମଜୀ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର, ରାଜୀବ ଗାନ୍ଧୀ ପଞ୍ଚୟତରାଜ ସଂଗଠନ ସଭାପତି ମିନାକ୍ଷୀ ନାଟରାଜନ , ପିସିସି ସଭାପତି ଶରତ ପଟ୍ଟନାୟକ, ଜାତୀୟ କଂଗ୍ରେସର ସାଧାରଣ ସଂପାଦକ ରବିନ୍ଦ୍ର ଡାଲଭି, ଶାହାନବାଜ ଚୌଧୁରୀଙ୍କ ଏବଂ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ଯୋଗଦେବା ନେଇ ସୂଚନା ରହିଛି ।

Leave A Reply

Your email address will not be published.