ନଦୀରେ ବୁଡି ଛାତ୍ର ମୃତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନଦୀରେ ବୁଡି ଛାତ୍ର ମୃତ | ନଦୀରେ ଗାଧୋଇବା ହେଲା କାଳ | ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ସାଲେପୁର କଲେଜର ଯୁକ୍ତ ଦୁଈ ଛାତ୍ର ମୃତ | ମୃତ ଛାତ୍ର ଜଣଙ୍କ ହେଲେ ସାଲେପୁର ବ୍ଲକ ମୁର୍କୁଣ୍ଡି ଗ୍ରାମର ଅମୁଲ୍ୟ ବେହେରା ଙ୍କ ପୁତ୍ର ପ୍ରତିରଞ୍ଜନ ବେହେରା ( 17) |

ପ୍ରୀତରଞ୍ଜନ ସାଙ୍ଗସାଥି ମେଳରେ ଚିତ୍ରୋତ୍ପଳା ନଦୀକୁ ଗାଧୋଇବା ପାଇଁ ଯାଇ ଥିବା ବେଳେ କୌଣସି କାରଣରୁ ନଦୀ ଗର୍ଭରେ ବୁଡିଯାଇ ମୃତ୍ୟୁ ବରଣ କରିଛନ୍ତି | ସ୍ତାନୀୟ ଗ୍ରାମବାସୀ ମାନେ ଖୋଜାଖୋଜି ପରେ ଛାତ୍ର ଜଣଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଖବରପାଇ କିଶନନଗର ପୋଲିସ ପହଞ୍ଚି ଶବବ୍ୟବଚ୍ଛେଦ ପାଇଁ କଟକ ପଠାଇଵା ସହ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି |

Leave A Reply

Your email address will not be published.