ବର୍ଷାରେ ଭିଜିବ ପୂଜା ମାହୋଲ: ଅକ୍ଟୋବର ୧ରୁ ବର୍ଷା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଏଥର ବି ଫିକା ପଡ଼ିବ ପୂଜା ଉତ୍ସବ । ଆରମ୍ଭରୁ ହିଁ ପ୍ରବଳ ବର୍ଷା ହେବ । ଏନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦୀର୍ଘ ୨ ବର୍ଷ ପରେ ଯେଉଁ ପୂଜାକୁ ଧୁମଧାମରେ ଉପଭୋଗ କରିବେ ବୋଲି ଲୋକମାନେ ଭାବିଥିଲେ, ସେହି ଆଶା ମଉଳିଯାଇଛି ।

ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅକ୍ଟୋବର ପହିଲାରେ ଉତ୍ତର-ପୂର୍ବ ଓ ତତ୍ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି । ଯାହା ଫଳରେ ୧ ତାରିଖରୁ ଉପକୂଳ ଓଡିଶାରେ ବର୍ଷା ହୋଇପାରେ। ପରେ ୨ ଏବଂ ୩ ତାରିଖରେ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢିବା ନେଇ ଆକଳନ କରାଯାଇଛି । ତେବେ ଘୂର୍ଣ୍ଣିବଳୟଟି ଲଘୁଚାପ ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇନି । କିନ୍ତୁ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଆଗାମୀ ୩ ଦିନ ଯାଏ କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।

ଏହା ପୂର୍ବରୁ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ୨୮ ଏବଂ ୨୯ ତାରିଖରେ ଉପକୂଳ ସମେତ ୨୦ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାକୁ ନେଇ ଏବେ ଚିନ୍ତାରେ ବିଭିନ୍ନ ପୂଜା କମିଟି । ଦୀର୍ଘ ୨ ବର୍ଷ ପରେ ପୂଜା ବହୁ ଆଡ଼ମ୍ବରରେ ପାଳନ କରିବାକୁ ଥିବା ପୂଜା କମିଟି ସମସ୍ତ ପ୍ରକାର ପ୍ରସ୍ତୁତିରେ ଲାଗିଛନ୍ତି । ଏହାରି ଭିତରେ ବିଭିନ୍ନ ପୂଜା କମିଟି ଏବେ ବର୍ଷାକୁ ନେଇ ଚିନ୍ତା ପଡ଼ିଛନ୍ତି ।

Leave A Reply

Your email address will not be published.