ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଛନ୍ତି ରାଜନାଥ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବ୍ରିଟେନ ଗସ୍ତରେ ରାଜନାଥ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ| ଏହି ଗସ୍ତ ସମୟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଛନ୍ତି ରାଜନାଥ । ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଏହା ରାଜନାଥଙ୍କ ପ୍ରଥମ ବ୍ରିଟେନ ଗସ୍ତ ।

ଗତ 20 ବର୍ଷ ମଧ୍ୟରେ ଭାରତର କୌଣସି ବି ପ୍ରତିରକ୍ଷା ମନ୍ତ୍ରୀ ବ୍ରିଟେନ ଗସ୍ତ କରିନାହାନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ଲଣ୍ଡନର ଟ୍ରିନିଟି ହାଉସରେ ରାଜନାଥ ସିଂ ଏବଂ ତାଙ୍କ ବ୍ରିଟିଶ ପ୍ରତିପକ୍ଷ ଗ୍ରାଣ୍ଟ ଶାପ୍ସ ଭାରତ-ବ୍ରିଟେନ ପ୍ରତିରକ୍ଷା ଶିଳ୍ପ ସିଇଓଙ୍କ ସହ ଏକ ବୈଠକରେ ସାମିଲ ହୋଇଥିଲେ । ଟ୍ବିଟ୍ କରି ରାଜନାଥ ସିଂ କହିଛନ୍ତି ଯେ, ଲଣ୍ଡନରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ମୋର ସାକ୍ଷାତ ହୋଇଥିଲା । ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର ମୁଁ ସୁଯୋଗ ପାଇଲି । ପ୍ରତିରକ୍ଷା, ଅର୍ଥନୈତିକ ସହଯୋଗ ସହ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । କିପରି ଦୁଇ ଦେଶ ଦୃଢତାର ସହ କାର୍ଯ୍ୟ କରିବେ ସେ ବିଷୟରେ ଆଲୋଚନା କରିଥିଲୁ ।

ଲିଟୋରାଲ୍ ରେସପନ୍ସ ଗ୍ରୁପକୁ ଚଳିତ ବର୍ଷ ଶେଷରେ ଭାରତ ମହାସାଗରକୁ ପଠାଇବାକୁ ବ୍ରିଟେନ ଯୋଜନା କରିଥିବା ଘୋଷଣା କରିଛି । ଯେଉଁଥିରେ 2025 ମସିହାରେ କ୍ୟାରିଅର୍ ଷ୍ଟ୍ରାଇକ୍ ଗ୍ରୁପ୍ ଭାରତୀୟ ଜଳ ପରିଦର୍ଶନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଭାରତୀୟ ନୌସେନା ବାହିନୀ ସହ ଉଭୟ କାର୍ଯ୍ୟ କରିବେ ଏବଂ ତାଲିମ ଦେବେ । ବ୍ରିଟେନର ପ୍ରତିରକ୍ଷା ସଚିବ ଏହି ଘୋଷଣା କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଦୁଇ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବାକୁ ମଧ୍ୟ କହିଛନ୍ତି ।

Leave A Reply

Your email address will not be published.