ଅର୍ଥ ହେରଫେର ମାମଲାରେ ଫାରୁକ ଅବଦୁଲ୍ଲାଙ୍କୁ ଇଡିର ସମନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନରେ ଟଙ୍କା ହେରଫେର ଅଭିଯୋଗରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ନ୍ୟାସନାଲ କନଫରେନ୍ସ ତଥା ଲୋକସଭା ସଦସ୍ୟ ଫାରୁକ ଅବଦୁଲ୍ଲାଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ବର୍ତ୍ତମାନ ଫାରୁକ ଅବଦୁଲ୍ଲା ମଧ୍ୟ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଦ୍ବାରା ଡକାଯାଇଥିବା ବିରୋଧୀଦଳର ନେତାଙ୍କ ସହ ସାମିଲ ହୋଇଛନ୍ତି।

ଜମ୍ମୁ-କାଶ୍ମୀର କ୍ରିକେଟ ସଂଘରେ ହୋଇଥିବା ଆର୍ଥିକ ଅନିୟମିତତା ମାମଲାରେ ଫାରୁକ ଅବଦୁଲ୍ଲାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିବ । ଏନେଇ ବୁଧବାର ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା । ଜମ୍ମୁ-କାଶ୍ମୀର କ୍ରିକେଟ ସଂଘରେ ଆର୍ଥିକ ଅନିୟମିତତା ମାମଲାରେ 2022ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟ୍ ଦାଖଲ କରିଥିଲା । ଚାର୍ଜସିଟରେ ଅବଦୁଲ୍ଲାଙ୍କ ସହ ଜେକେସିଏର ତତ୍କାଳୀନ ଅଧିକାରୀ ଅହସାନ ଅହମ୍ମଦ ମିର୍ଜା, ମିର ମଞ୍ଜୁର ଗଜାନଫରଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଥିଲା । ଇଡି ଏହି ଚାର୍ଜସିଟକୁ ଜମ୍ମୁ କାଶ୍ମୀରର ଏକ କୋର୍ଟରେ ଦାଖଲ କରିଥିଲା ।

ଏଥିରେ ଫାରୁକ ଅବଦୁଲ୍ଲା ଏବଂ ଅନ୍ୟମାନଙ୍କ ବିରୋଧରେ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଗତ 2020 ମସିହାରେ ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନ ପାଣ୍ଠିର ଅର୍ଥ ହେରଫେର କରିଥିବା ଅଭିଯୋଗରେ ଇଡି ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଫାରୁକଙ୍କ 12 କୋଟିର ସମ୍ପତ୍ତି ଜବତ କରିଥିଲା ଇଡି । 2ଟି ଘର, 3 ଫ୍ଲାଟ, ଅନ୍ୟ ସମ୍ପତ୍ତି ଏଥିରେ ସାମିଲ ରହିଥିଲା ।

Leave A Reply

Your email address will not be published.