ରାଜ୍ୟରେ ଆଗାମୀ ଦୁଇ ତିନି ଦିନ ଯାଏଁ ଘନ କୁହୁଡି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଆଗାମୀ ଦୁଇ ତିନି ଦିନ ଯାଏଁ ଦେଖାଯିବ ଘନ କୁହୁଡି । ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ଘନ କୁହୁଡି ଦେଖାଯିବ । ପାଗରେ ବିଶେଷ ପରିବର୍ତ୍ତନ ହେବନି । ତେବେ ଦୁଇ ଦିନ ପରେ ବାୟୁ ଚଳାଚଳରେ ପରିବର୍ତ୍ତନ ହେତୁ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରାରେ ୨ ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହିଛି । ଉତ୍ତର, କେନ୍ଦ୍ର ଓ ଉତ୍ତରପୂର୍ବ ଭାରତର କିଛି ଅଞ୍ଚଳରେ ପ୍ରବଳ ଶୀତ ସହିତ ଘନକୁହୁଡ଼ି ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଜାନୁୟାରି ୧୫ ପର୍ଯ୍ୟନ୍ତ ଏହିଭଳି  ଘନକୁହୁଡି ଲାଗି ରହିବ।

ଏଥିପାଇଁ ଦେଶରୁ ବିଭିନ୍ନ ପ୍ରାନ୍ତରୁ ଦିଲ୍ଲୀକୁ ଆସୁଥିବା ୨୪ଟି ଟ୍ରେନ ବିଳମ୍ଭରେ ଚାଲୁଥିବାର ଜଣାଇଛି। ଏପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଜାନୁୟାରି ୧୧ରୁ ୧୫ ତାରିଖ ପଯ୍ୟନ୍ତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ଉତ୍ତରପ୍ରଦେଶ, ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ବିଭିନ୍ନ ଅଂଚଳରେ ଘନ କୁହୁଡି ଦେଖାଯିବାର ସମ୍ଭାବନା ରହିଛି।
ଗୁରୁବାର ସକାଳ ସାଢେ ୫ ଟା ସୁଦ୍ଧା ପଞ୍ଜାବର ବଥିଣ୍ଡା ଓ  ଆଗ୍ରାର ଦୃଶ୍ୟମାନତା ୦ ମିଟର କୁ ଖସିଯାଇଛି। ଠିକ୍ ସେହିଭଳି ତ୍ରିପୁରାରର ଅଗ୍ରତାଲାରେ ୨୫ମିଟର ଏବଂ ଜମ୍ମୁର, ଉତ୍ତରପ୍ରଦେଶ, ବାରାଣାସୀ, ମଧ୍ୟପ୍ରଦେଶର ସତନା , ବିହାରର ପୁଣ୍ଣିଆ , ଆସାମର ତେଜପୁର ଓ ହରିୟାଣାର ହିସାରରେ ୫୦ମିଟର ତଳକୁ ଖସିଥିବାର ଦେଖିବାକୁ ମିଳିଛି।
ଦିଲ୍ଲୀର ପଲମ ଅଂଚଳରେ ୧୦୦ମିଟର, ଭୋପାଲ୍ ଓ ରାଜସ୍ଥାନରେ ୨୦୦ମିଟର ରେର୍କଡ କରାଯାଇଛି । ଜାନୁଆରି ୧୧ ଓ ୧୨ତାରିଖରେ ଜମ୍ମୁ ଡିଭିଜନ, ହିମାଚଳ ପ୍ରଦେଶ , ଉତ୍ତରାଖଣ୍ଡ , ଉତ୍ତର ମଧ୍ୟପ୍ରଦେଶ , ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଓ ସିକିମରେ ମଧ୍ୟ ଏହିଭଳି ସମାନ ସ୍ଥିତି ଜାରି ରହିବ । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଜାନୁଆରି ୧୧ରେ ହରିଆଣା , ଚଣ୍ଡିଗଡ , ଦିଲ୍ଲୀ , ପଞ୍ଜାବର କିଛି ଅଂଶ ଓ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ଶୀତର ପ୍ରକୋପ ଜାରି ରହିବ।  ପରେ ଏହା ଧିରେ ଧିରେ ହ୍ରାସ ପାଇବ ।

Leave A Reply

Your email address will not be published.