୨୮୩ ଗ୍ରାମ ବ୍ରାଉନ ସୁଗାର ଜବତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ନୂଆ ବଜାର ଏବଂ ଶେଖବାଡ ନିକଟରୁ ୨୮୩ ଗ୍ରାମ ବ୍ରାଉନ ସୁଗାର, ତିନୋଟି ମୋବାଇଲ, ଗୋଟିଏ ବାଇକ ସହ ତିନି ଜଣଙ୍କ ନାମରେ ମାମଲା । ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ ଏସପି। ସୂଚନା ଅନୁସାରେ ଗତ କାଲି ସନ୍ଧ୍ୟା ସମୟରେ ଜଳେଶ୍ଵର ନୂଆବଜାର ନିକଟରୁ ଜଣେ ୨୬ ବର୍ଷିୟ ଯୁବକ ଗିରଫ ହେବା ପରେ , ତାର ସୂଚନା କୁ ଆଧାର କରି ଶେଖବାଡ ଗ୍ରାମ ରେ ବ୍ରାଉନ ସୁଗାର ସହ ଜଣକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ।

ତେବେ ଶେଖବାଡ ଗ୍ରାମ ରେ ବ୍ରାଉନସୁଗାର ମାଫିଆକୁ ଉଠେଇବାକୁ ଯାଇ ପୋଲିସ ଲୋକ ଙ୍କ ଆକ୍ରମଣର ଶିକାର ହୋଇଥିଲେ । ଏଥିରେ ୩ ରୁ ଅଧିକ ପୋଲିସ ଆହତ ହେଇଥିବା ଜଣାପଡିଛି | ତେବେ ଜଳେଶ୍ୱର ଅଂଚଳ ବ୍ରାଉନ ସୁଗାର କାରବାରର ହବ ପାଲଟିଥିବା ବେଳେ , ମଙ୍ଗଳବାର ବିଳମ୍ବିତ ରାତି ରେ ଶେଖାବଡ଼ ଗ୍ରାମର କାଦାର ଖାଁ ନାମକ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲା   | ଚଢ଼ାଉ ସମୟରେ ବ୍ରାଉନସୁଗାର ବ୍ୟପାରୀଙ୍କ ପରିବାର ପୋଲିସ ମଧ୍ୟରେ ଆକ୍ରମଣ ହୋଇଥିଲା  | ସମସ୍ତ ଆହତ ମାନେ ଜଳେଶ୍ୱର ଜି.କେ ଭଟ୍ଟର ହସ୍ପିଟାଲରେ ଚିକିତ୍ସିତ ହୋଇ ଥିବା ଦେଖିବାକୁ ମିଳିଛି  |

ଅନ୍ୟପଟେ ପୋଲିସ ଆକ୍ରମଣରେ ମୁକିନ ଖାଁଙ୍କ ପରିବାରର ମହିଳା ଜଣକ ଆହତ ହୋଇଛନ୍ତି | ଏହାକୁ ନେଇ ପୋଲିସ ସାମ୍ବାଦିକ ସମ୍ମିଳନୀ ରେ ଦୁଇ ଜଣକୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଥିବା ବେଳେ, ପୋଲିସ ର କାର୍ଯ୍ୟ କୁ ବିରୋଧ କରି ଗଣ୍ଡଗୋଳ ସୃଷ୍ଟି କରିଥିବା ଅପରାଧରେ ଜଣେ ମହିଳାଙ୍କ ନାମରେ ମାମଲା ରୁଜୁ କରିଛି। ଜବତ ବ୍ରାଉନ ସୁଗାର ର ମୂଲ୍ୟ ୨୮ ଲଖ୍ଯ ରୁ ଉର୍ଦ୍ଧ୍ବ ହେବ।

Leave A Reply

Your email address will not be published.