ବିଭିନ୍ନ ଦୁର୍ନିତୀ ଓ ଭ୍ରଷ୍ଟାଚାର ବିରୁଦ୍ଧରେ କଂଗ୍ରେସର ବ୍ଲକ ଘେରାଉ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଭିନ୍ନ ଦୁର୍ନିତୀ ଓ ଭ୍ରଷ୍ଟାଚାର ବିରୁଦ୍ଧରେ କଂଗ୍ରେସର ବ୍ଲକ ଘେରାଉ | ଆଜି ବାସୁଦେବପୁର ବ୍ଲକ ଘେରାଉ କରିଛି କଂଗ୍ରେସ ।

ବିଭିନ୍ନ ଦୁର୍ନିତୀ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବ୍ଲକ କଂଗ୍ରେସର ସଭାପତି ରମେଶଚନ୍ଦ୍ର ବଳ ସଭାପତିତ୍ୱରେ ଶୋଭାଯାତ୍ରା ବାସୁଦେବପୁର ସହର ପରିକ୍ରମା କରିବା ପରେ ବ୍ଲକ ପରିସରରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲା କଂଗ୍ରେସର ସଭାପତି ଅଶୋକକୁମାର ଦାସ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନିତୀ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବର୍ଷିଥିଲେ ।

ନାରିନେତ୍ର ମଞ୍ଜୁଲତା ପଣ୍ଡା, ରିନା ସ୍ୱାଇଁ,ବିଜୟ ମହାନ୍ତି, ସୁବାଷଚନ୍ଦ୍ର ସନ୍ଧିବିଗ୍ରହପ୍ରମୁଖଙ୍କ ସମେତ ହଜାର ହଜାର କଂଗ୍ରେସକର୍ମୀ ଓ ସମର୍ଥକ ଉପସ୍ଥିତ ଥିବା ବେଳେ ନଗର କଂଗ୍ରେସ ସଭାପତି ଭକ୍ତରଞ୍ଜନ ପଟ୍ଟନାୟକ ସଭା ସଂଚାଳନ କରିଥିଲେ ।

Leave A Reply

Your email address will not be published.