ସବୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡ଼ିବ ‘ଜଗନ୍ନାଥ ଏକ୍ସପ୍ରେସ’ ବସ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଓଡ଼ିଶାରେ ପରିକ୍ରମା ପ୍ରକଳ୍ପ ରଥ ଶୁଭାରମ୍ଭ ଚାଲୁଥିବା ବେଳେ, ଏବେ ସାମ୍ନାକୁ ଆସିଛଇ ସରକାରଙ୍କ ଆଉ ଏକ ଯୋଜନା | ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀକୁ ଗଡ଼ିବ ସ୍ୱତନ୍ତ୍ର ବସ୍। ଶ୍ରୀଜଗନ୍ନାଥ ବସରେ ପୁରୀ ଆସିବେ ଶ୍ରଦ୍ଧାଳୁ। ୬୦ଟି ବସର ଵ୍ୟଵସ୍ଥା କରାଯାଇଛି | ୬୦ଟି ବସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ପୁରୀକୁ ଆସିବେ।

ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ବସର ଶୁଭାରମ୍ଭ କରିବେ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ର। ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀମାର୍ଗ, ଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀସେତୁ ସହିତ ଯଜ୍ଞସ୍ଥଳୀ ଆଦିର ସମୀକ୍ଷା କରାଯାଇଥିଲା। ଏଥି ସହ ସେବାୟତଙ୍କ କଲ୍ୟାଣ ପାଇଁ ଛାତ୍ରବୃତ୍ତି, ବର୍ଷକୁ ଦୁଇ ଥର କାଉନ୍ସେଲର ନିଯୁକ୍ତି, ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଏଣିକି ଭକ୍ତଙ୍କ ପାଇଁ ପୁରୀକୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ । ସବୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡ଼ିବ ‘ଜଗନ୍ନାଥ ଏକ୍ସପ୍ରେସ’ ବସ୍। ଯାହା ଦ୍ବାରା ଭକ୍ତର କାଳିଆ ଦର୍ଶନ ଇଚ୍ଛା ହେଲେ ସେ ସୁବିଧାରେ ପୁରୀରେ ପହଞ୍ଚି ପାରିବ।  ଆସନ୍ତା ଜାନୁଆରୀ ୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ‘ଜଗନ୍ନାଥ ଏକ୍ସପ୍ରେସ’ ବସ୍ ସେବାର ଶୁଭାରମ୍ଭ କରିବେ। ଯାହା ପରେ ‘ଶ୍ରୀଜଗନ୍ନାଥ’ ବସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ ଦେଖିବାକୁ ପୁରୀ ଆସିବେ ଶ୍ରଦ୍ଧାଳୁ। ୬୦ଟି ‘ଶ୍ରୀଜଗନ୍ନାଥ’ ବସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ପୁରୀକୁ ଆସିବେ। ଏହି ବସ୍‌ ସେବା ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.