ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଏମଡି ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ ଆଶ୍ୱସ୍ଥି। ବିଭ୍ରାନ୍ତିକର ବିଜ୍ଞାପନ ପ୍ରସାରଣ କରିବା ମାମଲାରେ ଉଭୟଙ୍କୁ କ୍ଷମ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ଅବମାନନା ମାମଲାକୁ ମଧ୍ୟ ବନ୍ଦ କରି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଏବେ ଏହି ମାମଲାରେ ଯୋଗ ଗୁରୁ ବାବା ରାମଦେବ ଏବଂ ପରିଚାଳନା ନିର୍ଦ୍ଦେଶକ ତଥା ଯୋଗ ଗୁରୁ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ବସ୍ତି ମିଳିଛି।
ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ବିରୋଧରେ ଆବେଦନ କରାଯାଇଥିବା ମାନହାନୀ ମାମଲାକୁ ଆଜି ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି। ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟ ଉଭୟଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରି ମାମଲା ବନ୍ଦ କରିଥିବା ଜଣାପଡ଼ିଛି। ପ୍ରକାଶ ଥାଉକି, ଇଣ୍ଡିଆନ ମେଡିକାଲ ଆସୋସିଏସନ (IMA) ପକ୍ଷରୁ ଯୋଗଗୁରୁ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ବିରୁଦ୍ଧରେ ଅଭିଯୋଗ କରାଯାଇଥିଲା। ଏମାନେ କୋଭିଡ ଟିକାକରଣ ଏବଂ ଏଲୋପାଥିକ ଔଷଧ ବିରୁଦ୍ଧରେ ବିଭ୍ରାନ୍ତକର ପ୍ରଚାର କରିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଦୀର୍ଘଦିନ ହେବ ମାମଲା ଚାଲିଥିଲା।
ଶେଷରେ ରାମଦେବ ବାବା ଏବଂ ପତଞ୍ଜଳି ଏମଡି ଆଚାର୍ଯ୍ୟ ବାଳକୃଷ୍ଣ ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା କରିଥିଲେ। ଆଗକୁ ଏପରି ପ୍ରଚାର ପ୍ରସାର କରିବେ ନାହିଁ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ସର୍ବୋଚ୍ଚ ଅଦାଲତ ସେମାନଙ୍କ କ୍ଷମା ଆବେଦନକୁ ଗ୍ରହଣ କରିଛନ୍ତି। ଏଥିସହ ପତଞ୍ଜଳି ବିରୁଦ୍ଧରେ ଥିବା ସମସ୍ତ ମାମଲାକୁ ବନ୍ଦ କରି ଦେଇଛନ୍ତି। ଯଦି ନିର୍ଦ୍ଦେଶର ଉଲ୍ଲଙ୍ଘନ ହୁଏ, ତେବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି।
Comments are closed.