ବାସୁଦେବପୁରରେ ବିଭିନ୍ନ ସ୍ଥାନରେ ରଥ ଯାତ୍ରା ଅନୁଷ୍ଟିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାସୁଦେବପୁରରେ ବିଭିନ୍ନ ସ୍ଥାନରେ ରଥ ଯାତ୍ରା ଅନୁଷ୍ଟିତ। ପବିତ୍ର ରଥ ଯାତ୍ରା ବାସୁଦେବପୁର ରେ ବିଭିନ୍ନ ସ୍ଥାନ ରେ ଅନୁଷ୍ଟିତ ହୋଇ ଯାଇଛି। ସ୍ଥାନୀୟ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ମନ୍ଦିରରେ ଯଥା ରୀତି ନୀତି ଅନୁଯାୟୀ ପ୍ରଭୁ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ଙ୍କ ରଥ ଯାତ୍ରା ଅନୁଷ୍ଟିତ ହୋଇ ଯାଇଛି।

ପ୍ରସନ୍ନ ଦେବ ମନ୍ଦିର ରୁ ବାହାରି ବାଲି ନଗର ମାଉସୀ ମା ମନ୍ଦିର ଅଭିମୁଖେ ରଥ ଟଣା କାର୍ଯ୍ୟ ହୋଇ ଯାଇଛି। ସେହିପରି ଜଗନ୍ନାଥ ପ୍ରସାଦ ଠାରେ ମଧ୍ୟ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଙ୍କ ରଥ ଯାତ୍ରା ଅନୁଷ୍ଟିତ ହୋଇ ଯାଇଛି। ସମାଜସେବୀ ଭାଗିରଥି ବଳ ଛେରା ପହଁରା କରିଥିଲେ।

ବହୁ ଭକ୍ତ ମାନଙ୍କ ସମାଗମ ରେ ଯଥା ରୀତି ନୀତି ଅନୁଯାୟୀ ରଥ ଟଣା କାର୍ଯ୍ୟ ହୋଇ ଥିଲା। ସେହିପରି ଇରମ, ଏଡତାଳ, ବେତଡା, ବରଣ୍ଡୁଆ, ନରସିଂହପୁର ସହ ଅନେକ ସ୍ଥାନ ରେ ରଥ ଯାତ୍ରା ଉପଲକ୍ଷେ ରଥ ଟଣା କାର୍ଯ୍ୟ ହୋଇ ଯାଇଛି। ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାର ଦେଖାଯାଇଛି।

Leave A Reply

Your email address will not be published.