ଚଳିତବର୍ଷ ଭକ୍ତଙ୍କ ଗହଣରେ ହୋଇପାରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା,୧୫ ଲକ୍ଷ ଭକ୍ତଙ୍କ ହୋଇପାରେ ସମାଗମ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଚଳିତବର୍ଷ ଭକ୍ତଙ୍କ ଗହଣରେ ହୋଇପାରେ ମହାପ୍ରଭୁଙ୍କ ବିଶ୍‌ପ୍ରସିଦ୍ଧ ରଥଯାତ୍ରା।ଆଜି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଦୀର୍ଘ ୨ ବର୍ଷ ପରେ ବସିଥିବା ପ୍ରସ୍ତୁତି ବୈଠକରେ ଏଭଳି ସଂକେତ ମିଳିଛି। କୋଭିଡ୍‌ ସ୍ଥିତି ସ୍ୱଭାବିକ ହେଲେ ଭକ୍ତଙ୍କ ଗହଣରେ ଓ ବିନା ଭକ୍ତରେ ରଥଯାତ୍ରା ହେବା ନେଇ ଦୁଇଟି ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି।ସମସ୍ତ ବିଭାଗ ନିଜ ଆକ୍ସନ ପ୍ଲାନ୍‌ ପ୍ରଦାନ କରିଛନ୍ତି। ଖୁବଶୀଘ୍ର ଆଉ ଏକ ଉଚ୍ଚସ୍ତରୀୟ ବୈଠକ ହେବ।
ଭିଓ ୧-ବିଶ୍‌ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପୂର୍ବାହ୍ନ ୧୧ଟାରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗ ସହ ପ୍ରଶାସନ ପକ୍ଷରୁ ପ୍ରଥମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ରଥର୍ନିମାଣ,ରଥ ସାମଗ୍ରୀ,ସ୍‌ାସ୍ଥ୍ୟ ଓ ପରିମଳ ସେବା,ପାନୀୟ ଜଳ ଯୋଗାଣ,ରାସ୍ତାଘାଟ ମରାମତି,ବିଦ୍ୟୁତ ଯୋଗାଣ, ଆରକ୍ଷୀ ବ୍ଯବସ୍ଥା ସମ୍ପର୍କରେ ୨୦ଟି ବିଭାଗ ନିଜ ନିଜର ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ପୁଙ୍ଖାନପୁଙ୍ଖ ଭାବେ ଆଲୋଚନା କରିବା ସହ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ଦେଇଛନ୍ତି।ସାଧାରଣ ରଥଯାତ୍ରା ଅପେକ୍ଷା ଏଥର ଭକ୍ତଙ୍କୁ ନେଇ ରଥଯାତ୍ରା ହେଲେ ଦେଢ଼ଗୁଣା ଅଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସବୁ ବିଭାଗ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି।

୧୫ ଲକ୍ଷ ଭକ୍ତଙ୍କ ସମାଗମ ସମ୍ଭାବନା ରଖି ବ୍ଯାପକ ପ୍ରସ୍ତୁତି କରାଯାଉଛି।୧୫ ଲକ୍ଷ ଭକ୍ତ ହେଲେ ଏହା ବିଶ୍‌ରେ ସ୍ମରଣୀୟ ରଥଯାତ୍ରା ହେବ।ଏଥିପାଇଁ UNESCO ଅନୁମୋଦନ ନିମନ୍ତେ ଚିଠି ଲେଖିବାକୁ ବୈଠକରେ ଆଲୋଚନା ବି କରାଯାଇଛି।ରଥଯାତ୍ରା କୋଡ ଅନୁଯାୟୀ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଦୁଇଟି,ଆଇନ୍‌ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୋଟିଏ ଓ ଶେଷ ସମନ୍‌ୱୟ ବୈଠକ ମୁଖ୍ଯମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥାଏ।ତେବେ କରୋନା ମହାମାରୀ ପାଇଁ ଗତ ଦୁଇବର୍ଷ ହେବ ରଥଯାତ୍ରା ପାଇଁ ସମନ୍‌ୱୟ କମିଟି ବୈଠକ ବସିନାହିଁ।୨ ବର୍ଷ ପରେ କୋଭିଡ ସ୍ଥିତି ସ୍ୱାଭାବିକ ହେବା ପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ବସିଥିଲା। ମେ ଶେଷ ବେଳକୁ ସମନ୍‌ୱୟ କମିଟି ବୈଠକ ବସିବାର ସମ୍ଭାବନା ରହିଛି। ଏଥର କୋଭିଡ୍‌ ସ୍ଥିତି ସ୍ୱଭାବିକ ଥିବାରୁ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବା ନେଇ ଆଶା ସଂଚାର ହୋଇଛି।ତେବେ ସ୍ଥିତିକୁ ଦେଖି ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ଯ ସରକାର ଗ୍ରହଣ କରିବେ।
 

Leave A Reply

Your email address will not be published.