ପୂର୍ବ ବଚସାକୁ ନେଇ; ଛାତ୍ରଙ୍କୁ ଛୁରୀ ଭୁସିଲେ ଛାତ୍ର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାମାନ୍ୟ ବଚସା ନେଲା ଉଗ୍ର ରୂପ। ସ୍କୁଲ୍ ସମ୍ମୁଖରେ ଛାତ୍ରକୁ ଛୁରି ଭୁସିଲା ଛାତ୍ର। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରଘୁନାଥ ହାଇସ୍କୁଲରେ ଏପରି ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟ ପରିସରରେ ୨ ଛାତ୍ର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଫଳରେ ଜଣେ ଛାତ୍ର ଅନ୍ୟ ଛାତ୍ରଙ୍କୁ ଛୁରି ଭୁସିଲା।

ଗୁରୁତର ଛାତ୍ର ମେଡିକାଲରେ ଭର୍ତ୍ତି। ଆଜି ସକାଳେ କୌଣସି କଥାକୁ ନେଇ ଦୁଇ ଛାତ୍ରଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା। ପରେ ଜଣେ ଛାତ୍ର ଉତ୍‌କ୍ଷିପ୍ତ ହୋଇ ଅନ୍ୟ ଜଣେ ଛାତ୍ରଙ୍କୁ ଛୁରୀ ଭୁସି ଦେଇଥିବା ଅଭିଯୋଗ ହୋଇଛି। ଆହତ ଛାତ୍ରଙ୍କୁ ପ୍ରଥମେ ଶେରଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ଅବସ୍ଥା ସଂକଟାପନ ହେବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଛାତ୍ରଙ୍କ ଛାତିରେ ଆଘାତ ଲାଗିଛି। ପୁଲିସ ଅନ୍ୟ ଜଣେ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୂର୍ବରୁ ମଧ୍ୟ ଟ୍ୟୁସନରେ ଦୁଇ ଛାତ୍ରଙ୍କ ମଧ୍ୟରେ କଥାକଟି ହୋଇଥିବା ଜଣାଯାଇଛି। ୨ ଛାତ୍ର ନବମ ଶ୍ରେଣୀରେ ପାଠ ପଢୁଥିବା ସୂଚନା ରହିଛି। ପୂର୍ବ ବଚସାକୁ ନେଇ ଛୁରାମାଡ଼ ହୋଇଥିବା ବେଳେ ଘଟଣାକୁ ନେଇ ଜିଲ୍ଲାରେ ଆଲୋଡନ ସୃଷ୍ଟି ହୋଇଛି।

 

Leave A Reply

Your email address will not be published.