କଂଗ୍ରେସରୁ ହଟିଲା ନିଲମ୍ବନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ତାର ଘର ସଜଡ଼ା ଆରମ୍ଭ କରି ଦେଇଛି । ମଙ୍ଗଳବାର ୩ ବରିଷ୍ଠ ନେତାଙ୍କ ଉପରୁ  କଂଗ୍ରେସ ନିଲମ୍ବନ  ଆଦେଶ  ଉଠାଇଛି।  ସେମାନେ  ହେଲେ,  କଟକ-ବାରବାଟୀ ବିଧାୟକ  ମହମ୍ମଦ ମୋକିମ୍‌, ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ।

ପୂର୍ବ ସୂଚନା ଅନୁଯାୟୀ,  ୨୦୨୩ ମସିହା ଜୁଲାଇ ମାସ ୧୫ ତାରିଖରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସ ସସପେଣ୍ଡ କରିଥିଲା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଏଆଇସିସି ପ୍ରେସ୍ ରିଲିଜରେ ସୂଚନା ଦେଇଥିଲା । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କ ବିରୋଧରେ ଏହି ଆକ୍ସନ ନିଆଯାଇଥିଲା ।ଏଆଇସିସି ଅନୁସାରେ ପିସିସି ଅଧ୍ୟକ୍ଷ ଶରତ ପଟ୍ଟନାୟକ, ବିଧାୟକ ମହମ୍ମଦ ମୋକିମ ଏବଂ ଚିରଞ୍ଜୀବ ବିଶ୍ୱାଳଙ୍କ ନାଁରେ ଦଳ ବିରୋଧୀ ଅଭିଯୋଗ କରିଥିଲେ । ଘଟଣା ଶୃଙ୍ଖଳା ଆକ୍ସନ କମିଟିକୁ ପଠାଯାଇଥିଲା । ଏହା ଉପରେ ଡିଏସି ନୋଟିସ୍ ଜାରି ଉଭୟଙ୍କଠାରୁ ଉତ୍ତର ଲୋଡିଥିଲା ।

ତେବେ ମିଳିଥିବା ଉତ୍ତର ସନ୍ତୋଷଜନକ ନଥିଲା ବୋଲି କୁହାଯାଇଥିଲା । ଡିଏସିର ନିଷ୍ପତ୍ତିକ୍ରମେ ପାର୍ଟି ଉଭୟଙ୍କୁ ତତ୍କାଳ ପ୍ରଭାବରୁ ସସ୍‌ପେଣ୍ଡ କରିଥିଲା ।ତେବେ ୨୦୨୩ ମହିଲା ମେ’ ୨୮ ତାରିଖରେ ଚିରଞ୍ଜୀବ, ମୋକିମ୍‌ଙ୍କୁ AICC ଶୃଙ୍ଖଳା କମିଟି ପକ୍ଷରୁ ନୋଟିସ୍ ହୋଇଥିଲା । ସୂଚନା ଭବନରେ ‘ଜାନକୀ-ବସନ୍ତଙ୍କ ଯୋଡି: କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷକ କାର୍ଯ୍ୟକ୍ରମରେ ଏହି ଦୁଇ ନେତାଙ୍କ ବୟାନକୁ ନେଇ ହୋଇଥିଲା ବିବାଦ । ଖୋଲା ମଞ୍ଚରେ ୨ ନେତା ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ । ରାଜ୍ୟ ନେତୃତ୍ଵକୁ ନେଇ ପ୍ରଶ୍ନ ଉଠାଇଥିଲେ ।

Leave A Reply

Your email address will not be published.