ଜୟ ଶ୍ରୀ ରାମ ଧ୍ଵନି ରେ ପ୍ରକମ୍ପିତ ହେଲା ସାରା ବାସୁଦେବପୁର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜୟ ଶ୍ରୀ ରାମ ଧ୍ଵନି ରେ ପ୍ରକମ୍ପିତ ହେଲା ସାରା ବାସୁଦେବପୁର  | ଜଳିଲା ୧୨୦୦୦ ଲିଟର ତେଲ ରେ ସର୍ବ ବୃହତ ଦୀପ ବାସୁଦେବପୁର ଅଯୋଧ୍ୟା ରେ ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ବାସୁଦେବପୁର ଉତ୍ସବ ମୁଖର ହୋଇ ଯାଇଛି।

ଗଳି କନ୍ଦି ରେ ସବୁ ମନ୍ଦିର ରେ ପାଳନ କରାଯାଉଛି ଉତ୍ସବ। ଶୋଭାଯାତ୍ରା, ଭଜନ କୀର୍ତ୍ତନ ସହ ପ୍ରସାଦ ସେବନ ଭଳି ବହୁ ଆଡମ୍ବର ରେ ଧୁମ୍ ଧାମରେ ପାଳନ ହୋଇ ଯାଇଛି। ଏହି କ୍ରମ ରେ ସ୍ଥାନୀୟ ନୀଳ ମଣି ମାର୍କେଟ କମ୍ପ୍ଲେକ୍ସ ରେ ଭଜନ କୀର୍ତ୍ତନ ସହ ଯଜ୍ଞ ର ଆୟୋଜନ କରା ଯାଇଛି। ସେହିପରି ଏକ ବିରାଟ ଶୋଭାଯାତ୍ରା ରେ ପଞ୍ଚମୁଖୀ ହନୁମାନ କମିଟି ର ଏକ ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲା ବେଳେ ଯଜ୍ଞ ପ୍ରସାଦ ସେବନ ଭଳି ଅନେକ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି। ସେହିପରି ବ୍ଲକ୍ ରୋଡ କାଳୀ ପୂଜା କମିଟି ପକ୍ଷରୁ ବିଶ୍ଵ ପ୍ରସିଦ୍ଧ ସର୍ବ ବୃହତ ଦୀପ ୧୨୦୦୦ ଲିଟର ର ତେଲ ଜାଳିବା ସହ ଅନେକ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି।

ସ୍ଥାନୀୟ ହନୁମାନ ବାଟିକା ରେ, ମାଲୁ ସାହି ଗ୍ରାମ ରେ, ମଣ୍ଡାରି ମହାପାତ୍ର ସାହି ଛକ ରେ, ମା ମଙ୍ଗଳା ପୀଠ ରାଧାବଲ୍ଲଭପୁର, ବ୍ରାହ୍ମଣ ଗାଁ, ବିନାୟକପୁର, ଭଳି ସବୁ ପଞ୍ଚାୟତ ଓ ପୌର ପରିଷଦ ରେ ବିଭିନ୍ନ ପ୍ରକାର କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି। ସାରା ପରିବେଶ ଜୟ ଶ୍ରୀ ରାମ ଧ୍ଵନି ରେ ପ୍ରମ୍ପକିଟ ହୋଇ ଯାଇଛି।

Leave A Reply

Your email address will not be published.