ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଶ୍ୱର ସର୍ବବୃହତ୍ତ ଦୀପ ପ୍ରଜ୍ଜଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଶ୍ୱର ସର୍ବବୃହତ୍ତ ଦୀପ ପ୍ରଜ୍ଜଳିତ | ଅଯୋଦ୍ଧାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ଉତ୍ସବ ମୁଖର ହୋଇପଡିଛି ସମଗ୍ର ଅଞ୍ଚଳ ।

କେଉଁଠି ମହାମନ୍ତ୍ର ଧ୍ୱନୀ ଶୁଣିବାକୁ ମିଳୁଛି ତ ପୁଣି କେଉଁଠି ଜୟ ଶ୍ରୀରାମ ନାରାରେ କମ୍ପୁଛି ସମଗ୍ର ଅଞ୍ଚଳ । ଏହି ଅବସରରେ ବାସୁଦେବପୁର ବ୍ଲକରୋଡ କାଳୀପୂଜା କମିଟି ପକ୍ଷରୁ ବିଶ୍ୱର ସର୍ବ ବୃହତ୍ତ ଦୀପ ପ୍ରଜ୍ଜଳିତ କରିବା ପାଇଁ ଆରମ୍ଭ ହୋଇଥିବା ପ୍ରୟାଶ ଆଜି ସଫଳ ହୋଇଛି । ବ୍ଲକରୋଡ ଠାରେ ଶ୍ରଦ୍ଧା ଓ ଭକ୍ତି ପରିବେଶରେ ଜମିଥିଲା ଶ୍ରଦ୍ଧାଳୁମାନଙ୍କ ଭିଡ ।

ବାସୁଦେବପୁର ବିଧାୟକ ବିଷ୍ନୁବ୍ରତ ରାଉତରାୟ ଦୀପ ପ୍ରଜ୍ଜଳନ ସମାରୋହରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନା ଦିଆଯାଇପାରେ, ବ୍ଲକରୋଡ କାଳୀପୂଜା କମିଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିଶ୍ୱର ଏହି ସର୍ବ ବୃହତ୍ତ ଦୀପରେ ସର୍ବାଧିକ ୧୨ହଜାର ଲିଟର ତେଲ ଧାରଣ କରିବାର କ୍ଷମତା ରହିଛି ।

Leave A Reply

Your email address will not be published.