ପ୍ରଥମ ଥର ପାଇଁ ଓଡ଼ିଶାରେ ୧୦ଟି ଦ୍ୱୀପରେ ପାଳିତ ହେବ ଗଣତନ୍ତ୍ର ଦିବସ

0

ଓଡ଼ିଆ ନ୍ୟୁଜ୍: ପ୍ରଥମ ଥର ପାଇଁ ଓଡ଼ିଶାରେ ୧୦ଟି ଦ୍ୱୀପରେ ପାଳିତ ହେବ ଗଣତନ୍ତ୍ର ଦିବସ। ଏନେଇ ଆଇନଶୃଙ୍ଖଳା ଏଡିଜି ସଂଜୟ କୁମାର ସୂଚନା ଦେଇଛନ୍ତି। ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ସିନିୟର୍ ଅଫିସର ସବୁ ଦ୍ୱୀପକୁ ଯାଇ ସର୍ଭେ ସହ ଫଟୋଗ୍ରାଫି କରିବେ ବୋଲି କହିଛନ୍ତି ଏଡିଜି ସଂଜୟ କୁମାର।

ସେପଟେ ଚଳିତବର୍ଷ ପରେଡ୍‌ରେ ଆର୍ମି, ବିଏସ୍‌ଏଫ୍ ଓ ପୋଲିସ ସାମିଲ ହେବେ। ଭୁବନେଶ୍ବରରେ ମୋଟ ୪୮-୪୯ କଣ୍ଟିଜେଣ୍ଟ ପରେଡ୍‌ରେ ସାମିଲ ହେବେ। ସେପଟେ ସୁରକ୍ଷା ବ୍ୟବସ୍ଥା ଉପରେ ପୁରା ନଜର ରଖାଯାଇଛି। ସବୁ ପୋଲିସ ଅଧୀକ୍ଷକଙ୍କୁ ଆଲର୍ଟ କରାଯାଇଛି ବୋଲି କହିଛନ୍ତି ଏଡିଜି ସଂଜୟ କୁମାର। ତେବେ ଚଳିତ ଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ଼ର ନେତୃତ୍ୱ ନେଇଛନ୍ତି ଯୁବ ଆଇପିଏସ୍‌ ଭୋସଲେ ଶୁଭମ ସଞ୍ଜୟ। ସେ ଏବେ ସମ୍ବଲପୁର ଅତିରିକ୍ତ ଏସ୍‌ପି ଭାବେ କାର୍ଯ୍ୟ ତୁଲାଉଛନ୍ତି।

ଏଥର ପରେଡ଼୍‌ରେ CRPF, ୧୨୦ ବାଟାଲିୟନ, ଆଇଟିବିପି, ଏଏସବିଏନ୍, ଅଗ୍ନିଶମ, ଏସଓଜି ସମେତ ୪୫ଟି ଟ୍ରୁପ୍ ଭାଗ ନେବେ। ଚଳିତବର୍ଷ ପରେଡରେ ୫୦ରୁ ଅଧିକ ଟ୍ରୁପ୍ ସାମିଲ ହେବେ। ପରେଡ୍‌ ଅଞ୍ଚଳରେ ୧୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ସହ ସିସିଟିଭି ନଜରରେ ରହିବ।

Leave A Reply

Your email address will not be published.