ଜାତୀୟ ମତଦାତା ଦିବସରେ ମୁଖ୍ୟ ଶାସନ ସଚିବ କରାଇଲେ ସାମୂହିକ ଶପଥପାଠ

0

ଓଡ଼ିଆ ନ୍ୟୁଜ୍: ଜାତୀୟ ମତଦାତା ଦିବସରେ ମୁଖ୍ୟ ଶାସନ ସଚିବ କରାଇଲେ ସାମୂହିକ ଶପଥପାଠ। ୧୫ ତମ ଜାତୀୟ ମତଦାତା ଦିବସ ପାଳନର ରାଜ୍ୟସ୍ତରୀୟ ସମାରୋହ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ମହାସମାରୋହରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତଦାତା ସଂକଳ୍ପ ପାଠ କରାଇଥିଲେ।

ମତଦାତା ସଚେତନତା ଓ ଭାରତକୁ ଏକ ସୁଦୃଢ ଗଣତନ୍ତ୍ର ରୂପେ ବଜାୟ ରଖିବା ଦିଗରେ ପ୍ରେରିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଆନୁକୂଲ୍ୟରେ ଆଜି ରାଜ୍ୟ ସ୍ତରୀୟ ୧୫ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଛ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତଦାତା ସଂକଳ୍ପ ପାଠ କରାଇବା ସହ ସଭାକୁ ସମ୍ବୋଧନ କରିଥିଲେ। ଏହି ଅବସରରେ ନିଜର ମତ ରଖି ମତଦାନକୁ ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ଦାୟିତ୍ୱ ରୂପେ ଅଭିହିତ କରିଥିଲେ। ଭାରତ ସର୍ବବୃହତ ଗଣତନ୍ତ୍ର ରୂପେ ସମଗ୍ର ବିଶ୍ୱରେ ଏକ ଉଦାହରଣ ଅଟେ।

ଏହି ପ୍ରତିଷ୍ଠାକୁ ଅକ୍ଷୁର୍ଣ୍ଣ ରଖିବା ଦିଗରେ ନାଗରିକ ରୂପେ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି। ତେଣୁ ସମସ୍ତ ମତଦାତା ସେହି ଦାୟିତ୍ୱ ପ୍ରତି ଯତ୍ନବାନ ହେବା ପାଇଁ ସେ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ମତଦାତା ସଚେତନତା ସମ୍ବନ୍ଧୀୟ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ଫଟୋ ପ୍ରଦର୍ଶନୀ ଲୋକାର୍ପିତ ହୋଇଥିଲା।

Leave A Reply

Your email address will not be published.