କଣାସ ହଇଜା ପାଇଁ ବଢୁଛି ଟେନସନ୍, ଆଜି ପୁଣି ୧୦ ଆକ୍ରାନ୍ତ

0

ଓଡ଼ିଆ ନ୍ୟୁଜ୍: କଣାସ ହଇଜା ପାଇଁ ରାଜ୍ୟ ସରକାରଙ୍କ ବଢୁଛି ଟେନସନ୍। ଆଜି ପୁଣି ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି କଣାସ ବ୍ଲକର ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ମଧ୍ୟ ଲାଗିଛି। ଏଯାବତ୍ ଝାଡାବାନ୍ତିରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ପୁଣି ୧୫ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହି ୧୫ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮୮ରେ ପହଞ୍ଚିଲାଣି।

କଣାସ ବ୍ଲକରେ ହଇଜା ନିଦ ହଜାଇଛି। ପୁଣି ଥରେ ହଇଜାରେ ଆକ୍ରାନ୍ତ ହୋଇଛନ୍ତି ୧୫ ଜଣ। ଅସୁସ୍ଥମାନେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତମାନେ ହେଉଛନ୍ତି ଦୟା ଓ ମକରା ନଦୀ କୂଳିଆ ଗ୍ରାମର। ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୮୮ରେ ପହଞ୍ଚିଥିବା ବେଳେ ମଧ୍ୟରୁ ୭୩ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି। ୧୨ ଜଣ ବିଭିନ୍ନ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.