ଗଳିତ ମୃତଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଗଳିତ ମୃତଦେହ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ନୀଳଗିରି କୁଳଡିଆ ଅଭୟାରଣ୍ୟ ଭିତରେ ଗଳିତ ମୃତଦେହ ଠାବ। ଆଜି ଶୁଖିଲା କାଠ ଆଣିବାକୁ ଯାଇ ଦେଖିଲେ ସ୍ଥାନୀୟ ଲୋକେ। ଗଳିତ ମୃତଦେହ ଟି କେନ୍ଦୁନାଳ ଅଂଚଳର ମାଧ ସିଂ ବୋଲି ପରିବାର ଲୋକ ପ୍ରକାଶ କରିଛନ୍ତି ।

ପାରିବାରିକ କହଳରୁ ଗୋଟାଏ ମାସ ପୂର୍ବରୁ ନିଖୋଜ୍ ଥିଲେ ମାଧ ସିଂ। ସେହି ଦିନ ଠାରୁ ପରିବାର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ମାଧ ର କୌଣସି ପତ୍ତା ମିଳିପାରି ନଥିଲା | ଗଳିତ ମୃତଦେହ ନିକଟରେ ବିଷ ବୋତଲ ପଡ଼ିଥିବାରୁ ବିଷ ପାନ କରି ମରିଥିବା ସାନ ଭାଇ ହଳଧର ସିଂ ଙ୍କ ପ୍ରକାଶ କରିଛନ୍ତି |

ଖବର ପାଇ ନୀଳଗିରି ପୋଲିସ ଘଟଣା ସ୍ଥଳ ରେ ପହଁଚି ମୃତଦେହ କୁ ଜବଦ କରି ତଦନ୍ତ ଆରମ୍ଭ କରିଛନ୍ତି l

Leave A Reply

Your email address will not be published.