ବିଦ୍ୟାଳୟ ଛାତରୁ ପ୍ଳାଷ୍ଟର ଖସି ପଡିବା ଫଳରେ ଜଣେ ଛାତ୍ର ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୋରଡା ମଧ୍ୟାହ୍ନ ଭୋଜନ ଖାଉଥିବା ସମୟରେ ବିଦ୍ୟାଳୟ ଛାତରୁ ପ୍ଳାଷ୍ଟର ଖସି ପଡିବା ଫଳରେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି | ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ସାନମୁଣ୍ଢାବଣି ପଞ୍ଚାୟତ ସରାଶୋଳ ଗ୍ରାମର ଗାଲୁସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ | ସୂଚନା ମୁତାବକ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଯାଏଁ ଶ୍ରେଣୀ ଥିବା ବେଳେ ମୋଟ ୨୬ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି | ତେବେ ଆଜି ନଅଟା ସମୟରେ ଛାତ୍ରୀଛାତ୍ର ମାନେ ବିଦ୍ୟାଳୟ ବାରଣ୍ଡାରେ ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ହଠାତ ବିଦ୍ୟାଳୟ ଛାତରୁ ପ୍ଳାଷ୍ଟର ଖସି ପଡିଥିଲା |

ଫଳରେ ଛାତ୍ରୀଛାତ୍ର ମାନେ ଦୌଡ଼ି ପଳାଇଥିଲେ ମଧ୍ୟ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଗୋବିନ୍ଦ ହେମ୍ବ୍ରମଙ୍କ ମୁଣ୍ଡ ଉପରେ ପ୍ଲାଷ୍ଟର ଖସି ପଡିବା ଫଳରେ ଗୁରୁତର ଆହତ ହୋଇଥିଲେ | ଗୁରୁତର ଛାତ୍ରଙ୍କୁ ବିଦ୍ୟାଳୟର ସହକାରୀ ଶିକ୍ଷକ ରାଙ୍ଗା ମୁର୍ମୁ ମୋରଡା ଡାକ୍ତରଖାନାକୁ ନେଇ ଚିକିତ୍ସିତ କରାଇଥିଲେ | ଛାତ୍ର ଜଣଙ୍କ ମୁଣ୍ଡରେ ଦୁଇଟି ଷ୍ଟିଚ ପଡିଥିବାର ଜଣାପଡିଛି | ତେବେ ଏଠି ପ୍ରଶ୍ନ ଉଠୁଛି ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ଏତେ ଅବହେଳା କାହିଁକି ଅସୁରକ୍ଷିତ ପରୀତକ୍ତ ଘରେ ପାଠ ପଢିବା ପାଇଁ ବାଧ୍ୟ ହଉଛନ୍ତି ଛାତ୍ର ଛାତ୍ରୀ | ସରକାର ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ କରିବା ପାଇଁ କଟି କଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଶିକ୍ଷା ପାଇଁ ସତନ୍ତ୍ର ଫଣ୍ଡ ମଧ୍ୟ ପଞ୍ଚାୟତ କୁ ଆସୁଛି ତଥାପି ଏଭଳି ଘଟଣା ସମସ୍ତଙ୍କ ମନକୁ ବିଚଳିତ କରିଛି |

ତେବେ ଉକ୍ତ ଘଟଣା ପରେ ଛାତ୍ର ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ନୂତନ ଏକ ବିଲଡିଂ ନିର୍ମାଣ ନହେବା ପର୍ଯ୍ୟନ୍ତ ପିଲାଙ୍କୁ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଛାଡ଼ିବେ ନାହିଁ ବୋଲି କହିଛନ୍ତି |ଏବଂ ଉକ୍ତ ଘଟଣା ପାଇଁ ପଞ୍ଚାୟତ ଓ ବ୍ଲକ ପ୍ରଶାସନ, ଶିକ୍ଷା ବିଭାଗ ଦାୟୀ ବୋଲି କହିଛନ୍ତି ୱାର୍ଡ ସଦସ୍ୟ ବିଶ୍ୱନାଥ ମୁର୍ମୁ,ଓ ଅଭିଭାବକ ମାନେ | ତେବେ ପୂର୍ବରୁ ପଞ୍ଚାୟତ ପ୍ରଶାସନକୁ ଅସରୁକ୍ଷିତ ବିଦ୍ୟାଳୟ ବାବଦରେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି କହିଛନ୍ତି ସହକାରୀ ଶିକ୍ଷକ ରାଙ୍ଗା ମୁର୍ମୁ | ତେବେ ଦେଖିବାକୁ ବାକି ରହିଲା ଏମିତି ଅସୁରକ୍ଷିତ ଭାବେ ଘର ପଡ଼ି ରହୁଛି ନା ନୂତନ ଘର ନିର୍ମାଣ କରି ପିଲାଙ୍କ ପାଠ ପଢ଼ା କୁ ତାଉରାନ୍ୱିତ କରାଯାଉଛି |

Leave A Reply

Your email address will not be published.