ସଦଭାବନା ସମିତି ପକ୍ଷରୁ ମାନବ ଧର୍ମ ସମ୍ମିଳନୀ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସ୍ଥାନୀୟ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ସଦ୍‌ଭାବନା ସମିତି ପକ୍ଷରୁ ୪୫ତମ ମାନବ ଧର୍ମ ସମ୍ମିଳନୀ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ୧୯୮୦ ମସିହା ଠାରୁ ଓଡିଶାରେ ଅଭିନବ ଭାବେ ପ୍ରଥମ ଥର ପାଇଁ ମାନବ ଧର୍ମ ସମ୍ମିଳନୀ ଆୟୋଜିତ ହୋଇଆସୁଛି।ଇଂ ସର୍ବେଶ୍ୱର ଭୂୟାଁଙ୍କ ପୌରହିତ୍ୟରେ ଉକ୍ତ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଓଡିଶାରେ ବେଦ ଧାମର ପ୍ରତିଷ୍ଠାତା ପୂଜ୍ୟସ୍ୱାମୀ ସୁଧାନନ୍ଦଜୀ ସରସ୍ୱତୀ ମହାରାଜ ଧର୍ମର ତିନିଗୁଣ ଦେହଧାରଣ ପାଇଁ ଭୋଗବାଦୀ କରାଏ ମାତ୍ର ଧର୍ମ ସହିତ ଦେହୀର କୌଣସି ସମ୍ପର୍କ ନଥାଇ ଯେ ଆତ୍ମାର ଅନାହତ ବଂଶୀଧ୍ବନୀ ଶୁଣି ବାସ୍ତବବାଦୀ ସେ ଆତ୍ମବିତ୍ ଭାବେ ମହାମନିଷୀ ବୋଲି ବକ୍ତବ୍ୟ ରଖିଥିଲେ।

ପ୍ରବକ୍ତା ଭାବେ ଅଞ୍ଛଳ ଭାରତୀୟ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନି ସମାଜର ଅଧ୍ୟକ୍ଷ ମୁନିଶ୍ଵର ନିରଞ୍ଜନ ଶାସ୍ତ୍ରୀ ବିଦୁରଙ୍କ ପରି ସରଳରେଖକ ପାରିବାରିକ କର୍ତ୍ତବ୍ୟ, ଚାଣକ୍ୟଙ୍କ ପରି କ୍ଷମତା ପାଇ ବି ଅନ୍ୟକୁ ଦେଇ ସାମାଜିକ ଦାୟୀତ୍ଵ ଏବଂ ସନ୍ଥ କବୀରଙ୍କ ପରି ଅନୀତିରେ ଅଙ୍କୁଶ ଲଗାଇବାକୁ ଜୀବନ ଉତ୍ସର୍ଗ କରି ଯେ ପ୍ରତ୍ୟୟ ପୁରୁଷ ସେ ଜୀବନ ପାଠର ବଞ୍ଚିବାର
ବ୍ୟାକରଣ ଶିଖାଇ ପରହିତରେ ରତ ଗୁଣୀର ଗୁଣ ନ ଚିହ୍ନି ଖୁଣ ଖୋଜିଲେ ଈଶ୍ଵରଙ୍କ ଲାଠିରେ ଶବ୍ଦ ନାହିଁ ମନ୍ତବ୍ୟ ରଖିଥିଲେ। ଉକ୍ତ ଉତ୍ସବରେ ଜିଲ୍ଲାର ଶ୍ରେଷ୍ଠ ପୋଲିସ କନେଷ୍ଟବଳ ପ୍ରଦୀପ କୁମାର ଘୋଷ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନର୍ସ ଅଫିସର ଶକୁନ୍ତଳାନପାଢ଼ୀ, ଶ୍ରେଷ୍ଠ ଅଗ୍ନି ଳ ନିର୍ବାପକ ଅଜୟ କୁମାର ଦାସ ଏବଂ ପୌରପରିଷଦର ଶ୍ରେଷ୍ଠ ସଫେଇ କର୍ମଚାରୀ ଦଶରଥ ହେମ୍ବ୍ରମଙ୍କୁ ମୁଖ୍ୟ ଅତିଥି ସେବକଶ୍ରୀ ଉପାଧିରେ ବିଭୁଷିତ କରିବା ସହିତ ପ୍ରବକ୍ତା ଏବଂ ସମୀକ୍ଷକ ଆଚାର୍ଯ୍ୟ ବିଜୟଜୀଙ୍କୁ ସମିତି ତରଫରୁ ରୌପ୍ୟ ପଦକ ଦେଇ ସମ୍ବଦ୍ଧିତ କରିଥିଲେ।

ସଦ୍‌ଭାବନା ସମିତିର ପ୍ରତିଷ୍ଠାତା ସନ୍ଥମୂର୍ତ୍ତି ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ, ଫାଦାର ସଞ୍ଜୟ ପରମାଣିକ, ଜନାବ ଏସ୍.କେ. ମୟୀନୁଲ ଅଜିଜ୍, ଖାଲସା ପଦ୍ମର ସର୍ଦ୍ଦାର ହରଦୀପ ସିଂ, ବିଶ୍ୱଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ, ବ୍ରହ୍ମସମାଜ, ପ୍ରଜାପିତା, ଚିନ୍ମୟ ମିଶନ୍, ଠାକୁର ଅନୁକୂଳ ଚନ୍ଦ୍ର ଆଶ୍ରମ, ଠାକୁର ନିଗମାନନ୍ଦ, ଗାୟତ୍ରୀ ପରିବାର, ରାଧାଗୋବିନ୍ଦ ଧାମ, ଶ୍ରୀଅରବିନ୍ଦ ଯୋଗ ନିକେତନ, ତ୍ରାହି ଅଚ୍ୟୁତ ସଂଘ, ସତ୍ୟସାଇ ଦେବା ସଂସ୍ଥାନ, ମୁନି ସମାଜ ଆଦିର ସଞ୍ଚାଳକ ଏବଂ ପ୍ରତିନିଧି ବର୍ଗଙ୍କୁ ଜାତୀୟ ସଂହତି ପାଇଁ ଶପଥ ପାଠ କରାଇ ସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ମିଳନୀରେ ଆଡ୍ ବସନ୍ତ କୁମାର ମହାନ୍ତ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିବା ବେଳେ ଇଂ ସରୋଜ କୁମାର ଦଣ୍ଡପାଟ ଅତିଥି ପରିଚୟ ପ୍ରଦାନ କରିଥିଲେ। ଦାମୋଦର ପତି ସମ୍ମିଳନୀର ଆଭିମୁଖ୍ୟ ଡ ପୁଷ୍ପାରାଣୀ ପାତ୍ର ସଂଯୋଜନା ଏବଂ ସତ୍ୟାନନ୍ଦ ଶେଜପଡା ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.