ବିଲୁପ୍ତପ୍ରାୟ ଶାଳିଆପତନି ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ କୋହି ଛକ ହାଟ ପଡିଆରେ ଏସିଆ ମହାଦେଶ ରୁ ବିଲୁପ୍ତପ୍ରାୟ ଏସିଆନ ପାମ ସିଭେଟ କ୍ୟାଟ ବା ଏସିଆ ମହାଦେଶର କସ୍ତୁରୀ ବିଲେଇ ବା ଶାଳିଆ ପତନୀ ଉଦ୍ଧାର ହୋଇଛି |

ଆମ ପ୍ରତିନିଧି ସକାଳ ଭ୍ରମଣ ସମୟରେ ହାଟ ଝଣ୍ଟାଳି ଜଣକ ଶାଳିଆ ପତନୀକୁ କୁକୁର ମାନଙ୍କ ଠାରୁ ଉଦ୍ଧାର କରିଥିଲେ ବୋଲି କହିଥିଲେ | ଆମ ପ୍ରତିନିଧି ଜ୍ଞାନ ରଞ୍ଜନ ବେହେରା ଦେଉଳି ରେଞ୍ଜ କାଳିଆଶୋଳ ଫୋରେଷ୍ଟ ବିଟର ଫୋରେଷ୍ଟ ଗାର୍ଡ ଜ୍ୟୋସ୍ନା ରାଣୀ ବେହେରାଙ୍କୁ ଫୋନ କରି ଘଟଣା ସମ୍ପର୍କରେ କହିଥିଲେ ଖବର ପାଇ ଫରେଷ୍ଟ ଗାର୍ଡ ଜ୍ୟୋସ୍ନା ରାଣୀ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଶିଆଳି ପତନୀ କୁ ଉଦ୍ଧାର କରିଥିଲେ |

ତେବେ ଶିଆଳିପତନୀ ଟି କୁକୁରମାନଙ୍କ ଆକ୍ରମଣରେ ଆହାତ ହୋଇଥିବା ଦେଖିବାକୁ ମିଳିଥିଲା ପ୍ରଥମେ ଶିଆଳି ପତନୀକୁ ଚିକିତ୍ସା କରାଇ ସୁସ୍ଥ ହେଲା ପରେ ତାକୁ ସୁରକ୍ଷିତ ଜଙ୍ଗଲରେ ଛୋଡ଼ା ଯିବ ବୋଲି ସୂଚନା ରହିଛି | ଶିଆଳି ପତନୀ ଶରୀରରୁ କସ୍ତୁରୀ ଭଳି ଗନ୍ଧ ବାହାରୁ ଥିବାରୁ ଏହାର ବଜାରରେ ଚାହିଦା ଅଧିକା ସେଇଥି ପାଇଁ ଶିକାରୀମାନଙ୍କ ଏହା ପ୍ରଥମ ପସନ୍ଦ | ପୂର୍ବରୁ ଭାରତର ଜଙ୍ଗଲ ଗୁଡିକରେ ବହୁଳଭାବେ ଦେଖାଯାଉଥିଲେ ହେଁ ଆଜି ଏମାନଙ୍କ ବାସ ଭୂମି ଅଭାବ ଓ ଶିକାରୀଙ୍କ ଶିକାର ଯୋଗୁଁ ବିଲୁପ୍ତ ଆଡକୁ ମୁହାଁଇଛନ୍ତି |

Leave A Reply

Your email address will not be published.