ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବର ମହାନଗର ନିଗମ ଅଧିନସ୍ଥ, ୟୁନିଟ ୪ ମାଛ ମାର୍କେଟରେ ବିକ୍ରୟ ହେଉଛି ବିଷାକ୍ତ ଫାମୋଟିନ୍ ଗୋଳା ହୋଇଥିବା ବିଭିନ୍ନ ପ୍ରକାରର ମାଛ। ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଉକ୍ତ ସମ୍ବେଦନଶୀଳ ଘଟଣା ପ୍ରସାରିତ ହେଉଥିଲେ ମଧ୍ୟ, ଭୁବନେଶ୍ବର ମହାନଗର ନିଗମର କର୍ମଚାରୀ ମାନେ ମୋଟା ଅଙ୍କ ନେଇ ସମସ୍ତ ଘଟଣା ଚାପି ଦେଉଛନ୍ତି।
ବର୍ତ୍ତମାନ ଭୁବନେଶ୍ବରର ତାପମାତ୍ରା ୪୦ ଡିଗ୍ରୀ ପାଖା ପାଖି ରହୁଥିବା ବେଳେ, ବାହାର ରାଜ୍ୟରୁ ଆମଦାନୀ ହେଉଥିବା ମାଛ ମାନଙ୍କର ଅବସ୍ଥା ଖରାପ ହୋଇଯାଏ । ମାଛ ବ୍ୟବସାୟୀ ମାନେ ବହୁ ଦିନ ପର୍ଯ୍ୟନ୍ତ ମାଛ ମାନଙ୍କୁ ସତେଜ ରଖିବା ପାଇଁ ବିଷାକ୍ତ କେମିକାଲ ( ଫାମୋଟିନ୍)ର ସାହାରା ନେଉଥିବାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ।
ଏହି ବିଷାକ୍ତ କେମିକାଲ ମୃତ ବ୍ୟକ୍ତି ମାନଙ୍କୁ ସଚେତ ରଖିବା ପାଇଁ ବ୍ୟବହାର କରାଯାଇଥାଏ। ଭୁବନେଶ୍ବର ମହାନଗର ନିଗମ ଅଧକ୍ଷ୍ୟା, କମିଶନର ଠିକ୍ ସମୟରେ ସଠିକ୍ କାର୍ଯ୍ୟ କୁ ଅବହେଳା କରୁଥିବାରୁ ସମୟ ସମୟରେ ବହୁ ଅଘଟଣ ମାନ ଘଟୁଥିବାର ପରିଲକ୍ଷିତ ହୋଇଛି। ମହାନଗର ନିଗମର କମିଶନର ତୁରନ୍ତ ଉକ୍ତ ଘଟଣାକୁ ଅନୁସଂଧାନ କରି,ଦୁଷ୍ଟ ମାଛ ବ୍ୟବସାୟୀ ମାନଙ୍କ ବିଋଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।