ଋଷ-ୟୁକ୍ରେନ୍ ଯୁଦ୍ଧ: ୟୁକ୍ରେନ୍ ଉପରେ ମିଶାଇଲ ଆଟାକ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ୟୁକ୍ରେନ୍ ଉପରେ ଲାଗାତର ଆକ୍ରମଣ କରିଚାଲିଛି ଋଷ । ଏବେ ବି ଯୁଦ୍ଧ ଲାଗି ରହିଛି । ଉଭୟ ଦେଶ ମଧ୍ୟରେ ତିକ୍ତତା ଦିନକୁ ଦିନ ଉଗ୍ର ରୂପ ନେଉଛି । ପ୍ରତିଦିନ ଗୋଳାବାରୁଦ ସାଙ୍ଗକୁ ବୋମା ଏପରିକି ମିଶାଇଲ ଆଟାକ ମଧ୍ୟ ହେବାରେ ଲାଗିଛି । ଆଜି ୟୁକ୍ରେନ ଉପରେ ଏହିଭଳି ଏକ ବଡ ଆକ୍ରମଣ କରିଛି ଋଷ । ୟୁକ୍ରେନ ଉପରେ ମିଶାଇଲ ମାଡ କରିଥିବା ଜଣାପଡ଼ିଛି ।

ୟୁକ୍ରେନ ଉପରେ ଯଥାଶୀଘ୍ର ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି ପୁଟିନ ସେନା । ସେଥିପାଇଁ ଏବେ ୟୁକ୍ରେନ ଉପରେ ବଡ ବଡ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନ ଉପରେ ମିଶାଇଳ ଆଟାକ କରିଛି ଋଷ । ଜନଗହଳିପୂର୍ଣ୍ଣ କ୍ରେମଚୁକର ସପିଙ୍ଗ ମଲ୍ ରେ ଋଷ ସେନା ମିଶାଇଲ ଆକ୍ରମଣ କରିଛି । ଋଷର ଏହି ବିରାଟ ଆକ୍ରମଣରେ ମୋଟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ତେବେ ଏହି ମଲ୍ ରେ ଅଧିକ ଭିଡ ହେଉଥିବାରୁ ଏହାକୁ ଟାର୍ଗେଟ କରିଛନ୍ତି ଋଷ ସେନା । ଫଳରେ ସୁବିଧା ସୁଯୋଗ ଦେଖି ସପିଙ୍ଗ ମଲ ଉପରକୁ ମିଶାଇଲ ମାଡ କରିଛି ।

 

Leave A Reply

Your email address will not be published.