ଦୁଃଖଦ ଖବର, ଭୟଙ୍କର ବସ ଦୁର୍ଘଟଣାରେ ୧୨ ମୃତ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପୁଣି ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି। ଗଞ୍ଜାମ ଦିଗପହଣ୍ଡି ଖେମୁଣ୍ଡି କଲେଜ ସମ୍ମୁଖରେ ବଡ଼ ଧରଣର ବସ ଦୁର୍ଘଟଣା ହୋଇଛି । ଦୁଇ ଘରୋଇ ଓ ସରକାରୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଘରୋଇ ମିନି ବସ୍ ସହ ସରକାରୀ OSRTC ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ 12 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 20ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ, ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗାଁ ଲୋକେ କନିଆ ପକ୍ଷଲୋକ କନିଆକୁ ବର ଘରେ ଛାଡ଼ି ଭୋଜି ଖାଇ ବ୍ରହ୍ମପୁରରୁ ଫେରୁଥିଲେ । ମିନିବସ୍ ଯୋଗେ ଫେରିଲା ବେଳେ ଦିଗପହଣ୍ଡି ଖେମୁଣ୍ଡି କଲେଜ ସମ୍ମୁଖରେ ରାୟଗଡାରୁ ଆସୁଥିବା OSRTC ବସ୍ ମିନି ବସକୁ ଧକ୍କା ଦେଇଥିଲା ।

ଫଳରେ ମିନିବସ୍ ରାସ୍ତା ପାର୍ଶ୍ଵକୁ ଓଲଟି ପଡିଥିଲା । ପ୍ରଥମେ ସ୍ଥାନୀୟ ଲୋକ ପରେ ଅଗ୍ନିଶମ ବିଭାଗ ଏବଂ ପୋଲିସ ଦ୍ଵାରା ଉଦ୍ଧାର କରାଯାଇଥିଲା । ଗୁରୁତରଙ୍କୁ ପ୍ରଥମେ ଦିଗପହଣ୍ଡି ପରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ କଟକ SCB ମେଡିକାଲରୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ଭିତରେ ଏକବର୍ଷର ଝିଅ, ୪ ବର୍ଷର ପୁଅ ଅଛନ୍ତି ।

ସେପଟେ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଆହତଙ୍କ ଚିକିତ୍ସା ପାଇଁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।

Leave A Reply

Your email address will not be published.