ରାଜ୍ୟ ନଗର ଉନ୍ନୟନ ବିଭାଗର ବିକାଶ ପ୍ରକ୍ରିୟାରୁ ୫୨ ଭାଗ ପଛୁଆବର୍ଗ ବାଦ ପଡ଼ିବାକୁ ଯାଉଛନ୍ତି: ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଲା ସମାଜବାଦୀ ପାର୍ଟି

0

 ଓଡିଆ ନ୍ୟୁଜ୍(ବ୍ୟୁରୋ): ୨୦୧୮ ମସିହାରେ ହେବାକୁ ଥିବା ୧୦୭ ମ୍ୟୁନିସିପାଲିଟି ଓ ଏନ୍.ଏ.ସି. ଓ ୩ଟି ମ୍ୟୁନିସିପାଲ କର୍ପୋରେସନର ୧୭୫୬୦ଟି ୱାର୍ଡର ନିର୍ବାଚନ କରିବା ପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ରାଜ୍ୟ ଆୟୋଗ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ୪ ବର୍ଷ ପରେ ଏହି ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ରାଜ୍ୟ ନିର୍ବାଚନ ଓବିସି ୧୭୫୬୦ଟି ଓ୍ୱାର୍ଡ ମଧ୍ୟରୁ ୪୭୪ଟି ଓ୍ବାର୍ଡ କାଉନ୍ସିଲାର ପଦବୀ ହରାଇବେ ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରି ଆଜି ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ଏକ ୩ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଭେଟି ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତ । ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ରାଜ୍ୟର ନଗର ଉନ୍ନୟନ ବିଭାଗର ବିକାଶ ପ୍ରକ୍ରିୟାରୁ ୫୨ ଭାଗ ପଛୁଆବର୍ଗ ବାଦ ପଡ଼ିବାକୁ ଯାଉଛନ୍ତି ।

୨୦୧୮ ମସିହାର ନିର୍ବାଚନ ୪ ବର୍ଷ ପରେ ୨୦୨୨ ଏପ୍ରିଲ ମାସରେ ଅନୁଷ୍ଠିତ ହେବ । ଏହାକୁ ଆଉ ୬ ନିର୍ବାଚନ କରାଇଲେ ରଜ୍ୟର ପଛୁଆବର୍ଗ ତାଙ୍କର ପ୍ରତିନିଧତ୍ବ କରିବାର ସୁଯୋଗ ପାଇପାରନ୍ତେ । ଏହାକୁ ଆଖି ଆଗରେ ରଖି ମାନ୍ୟବର ରାଜ୍ୟପାଳ ମୁଖ୍ୟ ଶାସନ ସଚିବଙ୍କୁ ଡ଼ାକି ଏ ଦିଗରେ ଦୃଢ ପଦକ୍ଷେପ ନେବାକୁ ଏହି ପ୍ରତିନିଧି ଦଳ ଦାବି କରିଛନ୍ତି । ଏଠାରେ ରାଜ୍ୟରେ ପଛୁଆବର୍ଗ ଜନଗଣନା ହୋଇନଥିବା ଯୋଗୁଁ ମାନ୍ୟବର ସୁପ୍ରିମକୋର୍ଟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କର ପ୍ରତିନିଧ୍ଵତ୍ଵ ଦିଗରେ ପ୍ରତିବନ୍ଧକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପୁନଶ୍ଚ ମ୍ୟୁନିସିପାଲିଟି ନିର୍ବାଚନରେ ମଧ୍ୟ ଏହି ବର୍ଗ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି । ତେଣୁ ୬ମାସ ନିର୍ବାଚନକୁ ଘୁଞ୍ଚାଇ ରାଜ୍ୟରେ ପଛୁଆବର୍ଗ ଜନଗଣନା କରିସାରିଲା ପରେ ମ୍ୟୁନିସିପାଲିଟି ଓ ଏନ୍.ଏ.ସି. ନିର୍ବାଚନ କରିବାକୁ ଏହି ପ୍ରତିନିଧୁ ଦଳ ମାନ୍ୟବର ରାଜ୍ୟପାଳଙ୍କୁ ସ୍ମାରକପତ୍ର ଜରିଆରେ ନିବେଦନ କରିଛନ୍ତି ।

Leave A Reply

Your email address will not be published.