ଅନୁଭବଙ୍କ ପାଇଁ ବର୍ଷା ପାଳିଲେ ସାବିତ୍ରୀ ବ୍ରତ, ଫଟୋ କଲେ ସେୟାର

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌); ଅନୁଭବଙ୍କ ପାଇଁ ଆଜି ବର୍ଷା ପାଳିଛନ୍ତି ସାବିତ୍ରୀ ବ୍ରତ । ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ କରିଛନ୍ତି ବର୍ଷା। ସୋସିଆଲ ମିଡିଆରେ ସେ ଏନେଇ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଯେଉଁଥିରେ ସେ ଠାକୁର ପୂଜା କରିବା ସମୟର ଏକ ଫଟେ ସେୟାର କରି କ୍ୟାପସନ୍ରେ ଲେଖିଛନ୍ତି, ମା’ଙ୍କ କୃପାରୁ ସବୁ ସଧବାଙ୍କ ମଥାରେ ସିନ୍ଦୁର ଶୋଭା ପାଉଥାଉ। ସମସ୍ତେ ସୁଖରେ ଓ ଖୁସିରେ ଘର ସଂସାର କରନ୍ତୁ। ସମସ୍ତଙ୍କର ମଙ୍ଗଳ ହେଉ।

ବର୍ଷାଙ୍କ ଏହି ପୋଷ୍ଟରେ ତାଙ୍କ ପ୍ରଶଂସକ ମାନେ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ସ୍ବାମୀ ଅନୁଭବ ମହାନ୍ତିଙ୍କ ସହ ପୁଣି ଥରେ ଏକାଠି ହୋଇଯାଆନ୍ତୁ ବୋଲି କହିଥିବା ବେଳେ, ଆଉ କିଛି ଲୋକ ତୁରନ୍ତ ସବୁ କଳିର ସମାଧାନ ହେଉ ବୋଲି କହିଛନ୍ତି।

Leave A Reply

Your email address will not be published.