୨୭ ତାରିଖ ସୁଦ୍ଧା ସ୍କୁଲ୍‌ ଛୁଟି !

0

ଓଡ଼ିଆ ନ୍ୟୁଜ୍: ୨୭ ତାରିଖ ସୁଦ୍ଧା ସ୍କୁଲ୍‌ ଛୁଟି ଘୋଷଣା ହୋଇପାରେ କହିଲେ ଗଣଶିକ୍ଷା ମନ୍ତ୍ରୀ। ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ SRCଙ୍କ ସହ ବୈଠକ ବସିଥିଲା।ସାମୂହିକ ଛୁଟି ଘୋଷଣା ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯାଇଛି।ଖୁବଶୀଘ୍ର ସାମୂହିକ ଛୁଟି ଘୋଷଣା କରାଯିବ: ମନ୍ତ୍ରୀ।ସେ କହିଛନ୍ତି, ଏପ୍ରିଲ ୨୭ ତାରିଖରୁ ହୋଇପାରେ ଖରାଛୁଟି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସହ ସବିଶେଷ ଭାବେ ଅବଗତ କରାଯାଇଛି। ମୁଖ୍ୟମନ୍ତ୍ରୀ ବିଚାର କରି ବିଧିବଦ୍ଧ ଘୋଷଣା କରିବେ। ଆଜି ଏନେଇ ସ୍ଵତନ୍ତ୍ର ବୈଠକ ବସିଥିଲା। ବିଶେଷ ଭାବେ ରାଜସ୍ଵ ବିଭାଗ ସହ ଆଲୋଚନା ହୋଇଛି।

ଏହା ପୂର୍ବରୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖି କହିଥିଲେ, ଏଥର ଆଗୁଆ ହେବ ଖରା ଛୁଟି । ଦିନ ଦୁଇ ଦିନରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ରାଜସ୍ବ ବିଭାଗ ଏବଂ ଗଣଶିକ୍ଷା ବିଭାଗ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ଯାଇଛି । ଗଣଶିକ୍ଷା ବିଭାଗ, ରାଜସ୍ବ ବିଭାଗ ଏବଂ ଏସଆରସିଙ୍କ ମଧ୍ୟରେ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଆଗୁଆ ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନେଇପାରନ୍ତି । ଅଙ୍ଗନଓ୍ବାଡି ବନ୍ଦ ହେଲେ ଖାଦ୍ୟ ପହଞ୍ଚାଇବାରେ ବ୍ୟବସ୍ଥା କରିବୁ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.