ପ୍ରଭାତ ବିଶ୍ବାଳ ମାମଲା, CBIକୁ ଜବାବ ତଲବ

0

ଓଡ଼ିଆ ନ୍ୟୁଜ୍: ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇକୁ ଜବାବ ତଲବ।ମାମଲା ରଦ୍ଦ ପାଇଁ ପ୍ରଭାତ ବିଶ୍ୱାଳଙ୍କ ଆବେଦନ ଉପରେ ଜବାବ ତଲବ। ସିବିଆଇକୁ ଜବାବ ତଲବ କଲେ ହାଇକୋର୍ଟ। ପୂର୍ବରୁ ବର୍ଷକରେ ମାମଲାର ବିଚାର ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨ ବର୍ଷ ବିତି ଯାଇଥିଲେ ଵି ନିମ୍ନ ଅଦାଲତରେ ମାମଲାର ଶୁଣାଣି ଅସମାପ୍ତ।ଏହି ଆଧାରରେ ମାମଲା ରଦ୍ଦ କରିବାକୁ ଆବେଦନ କରିଥିଲେ ପ୍ରଭାତ ବିଶ୍ୱାଳ।

ଆସନ୍ତା ମାସ ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଦିନ ଧାର୍ଯ୍ୟ ହୋଇଛି । ଯେହେତୁ ବର୍ଷକ ଭିତରେ ମାମଲାର ଶୁଣାଣି ଶେଷ କରିବା ଲାଗି ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତାହା ଏଯାଏଁ କାର୍ଯ୍ୟକାରୀ ହୋଇନଥିବା କାରଣରୁ, ସେ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ମାମଲାକୁ ରଦ୍ଦ କରିବାକୁ ଆବେଦନ କରିଥିବା ଦାୟର ପିଟିସନରେ ଉଲ୍ଲେଖ ହୋଇଛି ।

Leave A Reply

Your email address will not be published.