ଅନୀଲ ଅମ୍ବାନୀଙ୍କୁ ସିକ୍ୟୁରିଟିଜ୍‌ ମାର୍କେଟରୁ ବାସନ୍ଦ କଲା ସେବି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ସିକ୍ୟୁରିଟିଜ୍‌ ମାର୍କେଟ(ପ୍ରତିଭୂତି ବଜାର)ରୁ ବାସନ୍ଦ କରିଛି ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି)। ଅନୀଲଙ୍କ ସମେତ ଅନ୍ୟ ୨୪ଟି ସଂସ୍ଥାକୁ ବି ସେବି ପକ୍ଷରୁ ବାସନ୍ଦ କରାଯାଇଛି। ୫ ବର୍ଷ ପାଇଁ ନିଷେଧାଦେଶ ବଳବତ୍ତର ରହିବ ବୋଲି ସେବି ପକ୍ଷରୁ ନିର୍ଦେଶାନାମା ଜାରି କରାଯାଇଛି। ଅନିଲ ଅମ୍ବାନୀଙ୍କ ସମେତ ଅନ୍ୟ ୨୪ଟି ସଂସ୍ଥା ଉପରେ ମଧ୍ୟ ଏହି ବ୍ୟାନ୍ ଲଗାଇଛି ସେବି। ଏମାନଙ୍କ ମଧ୍ୟରେ ରିଲାଏନ୍ସ ହୋମ ଫାଇନାନ୍ସର ପୂର୍ବତନ ପ୍ରମୁଖ ଅଧିକାରୀ ମଧ୍ୟ ଅଛନ୍ତି।

ଏହି ପ୍ରତିବନ୍ଧକ ଲଗାଯିବା ପରେ ଅନିଲ ଅମ୍ବାନୀ ଆସନ୍ତା ପାଞ୍ଚ ବର୍ଷ ପାଇଁ କୌଣସି ଲିଷ୍ଟେଡ୍ କମ୍ପାନୀର ନିର୍ଦ୍ଦେଶକ କିମ୍ବା ଅନ୍ୟ କୌଣସି ମୁଖ୍ୟ ପଦବୀରେ ରହି ପାରିବେ ନାହିଁ। ଏହା ସହିତ ସେବି ମଧ୍ୟ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ (RHFL)କୁ ୬ ମାସ ପର୍ଯ୍ୟନ୍ତ ସିକ୍ୟୁରିଟି ବଜାରରୁ ବ୍ୟାନ୍ କରିଛି ଏବଂ 6 ଲକ୍ଷ ଟଙ୍କା ଜରିମାନା ପକାଇଛି। ଅନିଲ ଅମ୍ବାନୀ ରିଲାଏନ୍ସ ହୋମ ଫାଇନାନ୍ସର ବରିଷ୍ଠ ଅଧିକାରୀଙ୍କ ସହାୟତାରେ ଠକେଇ କରିବାକୁ ଷଡଯନ୍ତ୍ର କରିବା ଅଭିଯୋଗରେ ଏହି ପ୍ରତିବନ୍ଧକ ଲଗାଇଛି ସେବି। ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡ୍‌(ଆରଏଚଏଫଏଲ)ର ବରିଷ୍ଠ ଅଧିକାରୀମାନଙ୍କ ସହାୟତାରେ ଅନୀଲ ଜାଲ୍‌ ସ୍କିମ୍‌ ଜରିଆରେ ପାଣ୍ଠି ହେରଫେର କରିଥିବା ସେବି ଜାଣିବାକୁ ପାଇଥିଲା।

ଆରଏଚଏଫଏଲ ବୋର୍ଡ ଅଫ ଡାଇରେକ୍ଟର୍ସ ଏହାକୁ ବିରୋଧ କରିଥିଲେ ବି କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଥିଲେ। ଏହା ସେବି ନଜରକୁ ଆସିବା ପରେ ସେବି ପକ୍ଷରୁ ଅନୀଲଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ତାଙ୍କୁ ୨୫ କୋଟି ଟଙ୍କା ଜରିମାନା କରାଯାଇଛି। ଏହା ସହିତ ତାଙ୍କ କମ୍ପାନୀକୁ ସେବି ୬ ମାସ ପାଇଁ ପ୍ରତିଭୂତି ବାଜରରୁ ନିଷେଧ କରିବା ସହିତ ୬ ଲକ୍ଷ ଟଙ୍କା ଜରିମାନା କରିଛି।

Leave A Reply

Your email address will not be published.