ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇପିଏସ୍ ପ୍ରବୀଣ ସୁଦ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇପିଏସ୍ ପ୍ରବୀଣ ସୁଦ୍ । ସୁବୋଧ ଜୟସୱାଲଙ୍କ ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ସିବିଆଇର ଏକ ବୟାନରେ କୁହାଯାଇଛି ଯେ, ନିଜର ୩୭ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରବୀଣ ସୁଦ୍ କର୍ଣ୍ଣାଟକ ବିଲୋରୀ ଓ ରାୟପୁରରେ ପୁଲିସ ଅଧିକ୍ଷକ ଓ ଅତିରିକ୍ତ ପୁଲିସ ଆୟୁକ୍ତ, ବେଙ୍ଗାଳୁରୁରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି ।

୧୯୮୬ ବ୍ୟାଚର କର୍ଣ୍ଣାଟକ କ୍ୟାଡର ଆଇପିଏସ୍ ପ୍ରବୀଣ ସୁଦ୍ ସିବିଆଇର ନିର୍ଦ୍ଦେଶକ ଭାବେ ଗୁରୁବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସୁବୋଧ ଜୟସୱାଲଙ୍କ ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.