୨୦୨୪ରେ ଅଲଗା-ଅଲଗା ମହାରାଷ୍ଟ୍ର ନିର୍ବାଚନ ଲଢିବେ ବିଜେପି ଓ ଏକନାଥ ଗୋଷ୍ଠୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨୦୨୪ରେ ଅଲଗା-ଅଲଗା ମହାରାଷ୍ଟ୍ର ନିର୍ବାଚନ ଲଢିବେ ବିଜେପି ଓ ଏକନାଥ ଗୋଷ୍ଠୀ । ବିଜେପି ଏବଂ ଶିବସେନା (ସିନ୍ଦେ ଗୋଷ୍ଠୀ) ୨୦୧୯ ଆସନ ବୁଝାମଣା ଫର୍ମୁଲା ଗ୍ରହଣ କରିବାକୁ ବିଚାର କରୁଛନ୍ତି। ଶିବସେନାର ବରିଷ୍ଠ ନେତା ଗଜାନନ କିର୍ତିକର ମଧ୍ୟ ଏହାର ସଙ୍କେତ ଦେଇଛନ୍ତି। ତେବେ ଏ ନେଇ ବିଜେପି ପକ୍ଷରୁ କୌଣସି ଆନୁଷ୍ଠାନିକ ବିବୃତି ଜାରି କରାଯାଇନାହିଁ । ଶିବସେନାର ବରିଷ୍ଠ ନେତା ଗଜାନନ କିର୍ତିକର ଶୁକ୍ରବାର କହିଛନ୍ତି ଯେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଆସନ ବୁଝାମଣା ୨୦୧୯ ଭଳି ରହିବ। ଗତଥର ଶିବସେନା ୪୮ଟି ଆସନରୁ ୨୨ଟିରେ ନିର୍ବାଚନ ଲଢ଼ି ୧୮ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ୨୬ଟି ଆସନରେ ଲଢ଼ି ୨୩ଟିରେ ବିଜୟୀ ହୋଇଥିଲା। ଏଥର ମଧ୍ୟ ସମାନ ଆସନ ବୁଝାମଣା ହେବ।

୨୦୨୪ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତି ଆରମ୍ଭ କରିସାରିଛୁ । ୨୦୧୯ ଲୋକସଭା ନିର୍ବାଚନରେ ଶିବସେନା ଓ ବିଜେପି ମେଣ୍ଟ କରି ଲଢ଼ିଥିଲେ। ସେତେବେଳେ ଶିବସେନା ବିଭାଜିତ ହୋଇନଥିଲା। ମହାରାଷ୍ଟ୍ରରୁ ଶିବସେନାର ୧୮ ଜଣ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ୧୩ ଜଣ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବିରରେ ଥିବା ବେଳେ ୫ ଜଣ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଗୋଷ୍ଠୀରେ ଅଛନ୍ତି। ଶିବସେନା ମୁଖପାତ୍ର ତଥା ରାଜ୍ୟ ଶିକ୍ଷାମନ୍ତ୍ରୀ ଦୀପକ କେସରକର କହିଛନ୍ତି ଯେ ତାଙ୍କ ଦଳ ଆସନ ବୁଝାମଣା ଫର୍ମୁଲାରେ କୌଣସି ପରିବର୍ତ୍ତନ ହେବ ନାହିଁ  ।

Leave A Reply

Your email address will not be published.