ଚତୁର୍ଥ ସୋମବାର ଉପଲକ୍ଷେ ସାଇନାଥ ମନ୍ଦିର କମିଟୀ ତରଫରୁ ସେବାକାର୍ଯ୍ୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚତୁର୍ଥ ସୋମବାର ଉପଲକ୍ଷେ ସାଇନାଥ ମନ୍ଦିର କମିଟୀ ତରଫରୁ ସେବାକାର୍ଯ୍ୟ | ଶ୍ରଦ୍ଧା ଓ ଭକ୍ତିର ଠାକୁର ଭଗବାନ ଶିବବାବା | ତାଙ୍କୁ ଭକ୍ତ ଭକ୍ତି ଚିତ୍ତରେ ଡାକିଲେ , ସେ ଆଶିଷକାମନା କରିଥାନ୍ତି | ସେ ମଙ୍ଗଳମୟ, ଶାନ୍ତିମୟ ଓ ରସମୟ ଅଟନ୍ତି | ତାଙ୍କର କରୁଣାର ବାରିଧାରା, ଏ ଧରାର ପ୍ରତ୍ୟେକ ମଣିଷ ପ୍ରତିକ୍ଷଣ ଗୁଣକିର୍ତ୍ତନ କରିଥାନ୍ତି | ଚତୁର୍ଥ ସୋମବାର ଉପଲକ୍ଷେ ରାଇରଙ୍ଗପୁର ସହରର ଅନନ୍ୟ ଅନୁଷ୍ଠାନ ସାଇନାଥ ମନ୍ଦିର କମିଟୀ ଦୀର୍ଘ ସତର ବର୍ଷ ହେଲା ପବିତ୍ର ଶ୍ରାବଣ ମାସରେ କାଉଡିଆମାନଙ୍କୁ ଭକ୍ତିଭୂତ ଭାବେ ସେବାକାର୍ଯ୍ୟ କରିଆସୁଛନ୍ତି |

ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ମୟୂରଭଂଜ ଜିଲ୍ଲା ଖିଚିଂ ନିକଟସ୍ତ ବୈତରଣୀ ନଦୀତୀରରୁ ଦୁଇଶହରୁ ଉଦ୍ଧ୍ବ କାଉଡିଆଦଳ ଜଳ ଭାର ନେଇ ଶିବ ବାବାଙ୍କ ନାମ ଉଚ୍ଚାରଣ କରିବା ପୂର୍ବକ ରାଇରଙ୍ଗପୁର ସାଇନାଥମନ୍ଦିର ଠାରେ ସକାଳ ବେଳା ପହଂଚି ବିଶ୍ରାମ ନେଇଥିଲେ | ସେଠାରେ ମନ୍ଦିର କମିଟୀ ପକ୍ଷରୁ ସେବାକାର୍ଯ୍ୟ କଲାପରେ ଅପରାହ୍ନ ତିନିଘଟିକାରେ ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଗୋରୁମହିଷାଣୀ ବ୍ଲକ ସୁଣ୍ଡଳ ଅଧିନସ୍ତ ନସ୍କରିଆବାବାଙ୍କ ପୀଠରେ ଆସନ୍ତାକାଲି ସୋମବାର ଜଳାଭିଶେକ କରିବେ ବୋଲି ମନ୍ଦିର କମିଟୀ ପକ୍ଷରୁ ସୂଚନା ମିଳିଛି | ଇତ୍ୟଅବସରରେ ରେଡକ୍ରସ ତରଫରୁ ସ୍ମୁତିରଂଜନ ପାଣି କାଉଡିଆମାନଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ |

ଏଥିରେ କାଉଡିଆମାନଙ୍କ ମଧ୍ୟରେ ମାଳତୀ ପାଟବଦ୍ଧା, ପ୍ରିୟଙ୍କା ତୁଙ୍ଗ, ସୁଭଦ୍ରା ମୁଣ୍ଡା, ସୁଜାତା ପାଟବଦ୍ଧା, ବିନୋଦ ଧଳ, ରମେଶ ପାଟବଦ୍ଧା, ବିଶ୍ବନାଥ ସି, ବିଭୂତି ଧଳ, ସାନ୍ତନୁ ଧଳ, ଧର୍ମେନ୍ଦ୍ର ପାଟବଦ୍ଧା ପ୍ରମୁଖ ଯୋଗ ଦେଇଥିବା ବେଳେ ସାଇନାଥ ମନ୍ଦିର କମିଟୀ ପକ୍ଷରୁ ପୂଜକ ବୈରାଗୀ ଚରଣ ଧଳ, ରବୀନ୍ଦ୍ର ସାହୁ, ସୁରେନ୍ଦ୍ର ସାହୁ, ଯଶୋବନ୍ତ ସାହୁ, ହରିଶଚନ୍ଦ୍ର ସାହୁ, ଗୀତାଂଜଳି ସାହୁ, ମୀରା ସାହୁ, କଳ୍ପନା ସାହୁ, ମିନତୀ ସାହୁ, ହେମନ୍ତ କୁମାର ମାଝୀ, ସୀତାକାନ୍ତ ମହାନ୍ତ, ଅଶୋକ ପାଲ, ଦୀପକ ମହାନ୍ତ, ଅଶୋକ ଦାସ ପ୍ରମୁଖ ପରିଚାଳନା କରିଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁ ଓ ସାଇନାଥ ମନ୍ଦିର ସାଇପଡିଶା ସାହାର୍ଯ୍ୟ ଓ ସହଯୋଗ କରିଥିଲେ |

Leave A Reply

Your email address will not be published.