ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଆଶ୍ୱସ୍ତି

0

ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରୁ ମିଳିଥିବା ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମିଳିଛି ଆଶ୍ୱସ୍ତି । ଆର୍ଯ୍ୟନଙ୍କୁ ପୁଣି ରିମାଣ୍ଡରେ ନେବାକୁ ମନା କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଏହି ମାମଲାରେ ଗିରଫ ହେବା ପରେ ଆର୍ଯ୍ୟନଙ୍କୁ ରବିବାର ଦିନ ମୁମ୍ବାଇ ଅଦାଲତରେ ହାଜର କରାଯାଇଥିଲା । ସେଠାରୁ ଗୋଟିଏ ଦିନ ପାଇଁ ଆର୍ଯ୍ୟନଙ୍କୁ ଏନସିବସି ରିମାଣ୍ଡକୁ ପଠାଯାଇଥିଲା ।

ରିପୋର୍ଟ ମୁତାବକ, ଆଜି ଆର୍ଯ୍ୟନ ଖାନଙ୍କୁ ନ୍ୟାୟିକ ହେପାଜତକୁ ପଠାଯିବ । ସେଠାରେ ଆର୍ଯ୍ୟନଙ୍କ ଓକିଲ ତାଙ୍କ ପାଇଁ ଜାମିନ ଆବେଦନ କରିବେ । ଆର୍ଯ୍ୟନଙ୍କ ବ୍ୟତୀତ ତାଙ୍କ ବନ୍ଧୁ ଅରବାଜ ମର୍ଚେଣ୍ଟ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ମୁନମୁନ ଧମେଚାଙ୍କୁ ଏନସିବି ଅଧିକାରୀମାନେ ଗିରଫ କରିଛନ୍ତି । ନିଷିଦ୍ଧ ନିଶା ବ୍ୟବହାର, ବିକ୍ରୟ ଏବଂ କ୍ରୟରେ ଜଡିତ ଥିବାରୁ ଆର୍ଯ୍ୟନ ଖାନଙ୍କୁ ରବିବାର ଅପରାହ୍ନରେ ଗିରଫ କରାଯାଇଥିଲା । ଏହା ପୂର୍ବରୁ ଏଜେନ୍ସିର ଅଧିକାରୀମାନେ ଆର୍ଯ୍ୟନଙ୍କୁ ଅନେକ ସମୟ ପଚରାଉଚରା କରିଥିଲେ ।

Leave A Reply

Your email address will not be published.